ଗୋପାଳପୁର ପୋଲିସ ପଞ୍ଝାରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ, ଦୁଇ ଦେଶୀ ପିସ୍ତଲ ସହ ଛଅ ଅଫୁଟା ଗୁଳି ଜବତ 

ବ୍ରହ୍ମପୁର(କେନ୍ୟୁଜ୍): ଗୋପାଳପୁର ଥାନା ପୋଲିସ ଦ୍ୱାରା  ଅପରାଧ କାର୍ଯ୍ୟକଳାପରେ ଲିପ୍ତ ଥିବା ଦୁଇ ଅସମାଜିକ ଯୁବକକୁ ଗିରଫ କରିଛି  । ଗିରଫ ଦୁଇ ଯୁବକଙ୍କଠାରୁ ଦୁଇଟି ଦେଶୀ ପିସ୍ତଲ, ୬ଟି ଜୀବନ୍ତ ଗୁଳି ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି ପୋଲିସ। ଗିରଫ ଦୁଇଜଣ ହେଲେ ବ୍ରହ୍ମପୁର ଉପକଣ୍ଠ ଆମ୍ୱପୁଆ ଖଣ୍ଡିଆ ସାହିର କହ୍ନେଇ ସେଠୀ ଓ ଗଣେଶ ରେଡ୍ଡୀ। ଗଣେଶ ରେଡ୍ଡୀ ନାମରେ ଗୋପାଳପୁର ଥାନାରେ ୯ ଟି ଭିନ୍ନ ଭିନ୍ନ ଅପରାଧିକ ମାମଲା ରହିଥିବା ବେଳେ କହ୍ନେଇ ପଶ୍ଚିମବଙ୍ଗ ହୁଗୁଳିରେ ଏକ ହତ୍ୟା ମାମଲାରେ ଜଡିତ ଥିବା ପୋଲିସ ପକ୍ଷରୁ ସୂଚନା ଦେଇଛି  ।

pistal

ଗତକାଲି ରାତିରେ କୌଣସି ସୂତ୍ରରୁ ଗୋପାଳପୁର ଥାନା ପୋଲିସ ଖବର ପାଇଥିଲା ଯେ ଦୁଇ ଜଣ  ଅସମାଜିକ ବ୍ୟକ୍ତି ବ୍ରହ୍ମପୁର ସହର ଉପକଣ୍ଠ ଆମ୍ୱପୁଆ ଇନକମ୍ ଟାକ୍ସ ଅଫିସ  ନିକଟରେ  ବୋମା ଓ ପିସ୍ତଲ ଧରି ତାଙ୍କରି ଶତ୍ରୁଙ୍କୁ ହତ୍ୟା କରିବା ଲାଗି ଯୋଜନା କରୁଛନ୍ତି  । ଏନେଇ ବ୍ରହ୍ମପୁର ସଦର ଏସଡିପିଓ ଶିବଶଙ୍କର ମହାପାତ୍ରଙ୍କ ନେତୃତ୍ୱରେ ଗୋପାଳପୁର ଥାନା ଅଧିକାରୀ ଓ ପୋଲିସ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ ଓ ଚେକିଂ କରିବା ସହ ସଂପୃକ୍ତ ଅଞ୍ଚଳରେ ଚଢାଉ କରିଥିଲେ   । ତେବେ କୌଣସି ଅଘଟଣ ଓ ଅପରାଧ କରିବା ପୂର୍ବରୁ ପୋଲିସ ପଞ୍ଝାରେ ପଡିଥିଲେ ଏହି ଦୁଇ ପେଶାଦାର ଅପରାଧୀ । ତେବେ ଗିରଫ ହୋଇଥିବା ଦୁଇ ଅପରାଧୀ କେଉଁ ଠାରୁ ଓ କାହାଠାରୁ ଏହି ଦେଶୀ ପିସ୍ତଲ ଆଣିଥିଲେ ସେ ନେଇ ପୋଲିସ ଅଧିକା ତଦନ୍ତ ଜାରୀ ରହିଥିବା ବ୍ରହ୍ମପୁର ଆରକ୍ଷୀ କାର୍ଯ୍ୟାଳୟରେ ଏକ ସାମ୍ୱାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ଶ୍ରବଣ ବିବେକ୍ ଏମ୍ ସୂଚନା ଦେଇଛନ୍ତି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.