EOW ପଞ୍ଜାରେ ୨ ହାର୍ଡକୋର୍‌ କ୍ରିମିନାଲ୍‌, ୨ କୋଟି ୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମୁମ୍ବାଇରୁ ହେଲେ ଗିରଫ

EOW ପଞ୍ଜାରେ ୨ ହାର୍ଡକୋର୍‌ କ୍ରିମିନାଲ୍‌ । ୨ କୋଟି ୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମୁମ୍ବାଇରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW। ଉଭୟଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି EOW। ଦୁଇ ହାର୍ଡକୋର ଅପରାଧୀ ହେଲେ ଗିରିଜା ଶଙ୍କର ପାଣ୍ଡେ ଓ ସରମାନ ସିଂ। ୧୦୦କୋଟି ଟଙ୍କା ଋଣ କରାଇ ଦେବାକୁ କହି ଅଶୋକ କୁମାର ସିଂ ନାମକ ଜଣେ ବିଲ୍‌ଡରଙ୍କ ଠାରୁ ୨କୋଟି ଠକି ନେଇଥିବା ଅଭିଯୋଗ ହୋଇଥିଲା।

ଜୁନ୍‌ ୨୦୨୧ରେ ରାକେଶ ଅଶୋକଙ୍କୁ ଭେଟିଥିଲା। ଏହାପରେ ବିଶ୍ୱାସ ଜନ୍ମାଇ ଋଣ ଦେବା ନାଁରେ ୨ କୋଟି ଠକି ନେଇଥିଲା। ରାକେଶ ନାଁରେ ପୂର୍ବରୁ ୧୫ଟି ଅପରାଧିକ ମାମଲା ଉତ୍ତରପ୍ରଦେଶରେ ରହିଛି। ରାକେଶ ନିକଟରୁ ପିସ୍ତଲ, ୮ ରାଉଣ୍ଡ ଗୁଳି ଓ ୫୦ହଜାର ଟଙ୍କା ଜବତ ହୋଇଛି। ଉଭୟଙ୍କୁ ଭୁବନେଶ୍ୱର SDJM କୋର୍ଟରେ ହାଜର କରାଯିବ। ଗତ ୨୮ ତାରିଖରେ ଉଭୟଙ୍କୁ ମୁମ୍ବାଇରୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.