ଥମୁନି ହାତୀ ଆତଙ୍କ, ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣରେ ୨ ଆହତ

ଭଞ୍ଜନଗର : ଥମୁନି ହାତୀ ଆତଙ୍କ । ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣରେ ୨ ଆହତ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ, ମୁଜାଗଡ ବନାଞ୍ଚଳ ସରପଡ଼ାରେ ଗାଁରେ ଘଟିଛି ଘଟଣା । ଆହତ ବ୍ୟକ୍ତି ହେଲେ ତ୍ରିଲୋଚନ ମନ୍ତ୍ରୀ ଓ ତାଙ୍କ ୮ ବର୍ଷର ଝିଅ ଖୁସୀ । ଘରେ ସମସ୍ତେ ଶୋଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଦୌଡ଼ି ପଳାଉଥିବା ବେଳେ ତଳେ ଖସିପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ବନବିଭାଗ କର୍ମଚାରୀ ।