ଶିମିଳିପାଳରୁ ପୁଣି ୨ଟି ହାତୀଦାନ୍ତ ଜବତ, ୭ ଗିରଫ

ମୟୁରଭଞ୍ଜ (କେନ୍ୟୁଜ): ଶିମିଳିପାଳର ତଲବନ୍ଧ ରେଞ୍ଜର ହାତୀକୁ ଶିକାର କରିବା ଘଟଣା। ୨ଟି ହାତୀଦାନ୍ତ ଜବତ ହୋଇଥିବା ବେଳେ ୭ ଜଣ ଗିରଫ ହୋଇଛନ୍ତି। ପୋଲିସ ଗିରଫ କରିବା ପରେ ବନବିଭାଗକୁ କଲା ହସ୍ତାନ୍ତର।

ଗତ ୨୧ ତାରିଖ ହାତୀର ଗଳିତ ଶବ ହୋଇଥିଲା ଜବତ। ଗତ ୧୧ ତାରିଖ ହାତୀ ଟିକୁ ଶିକାର କରି ଦାନ୍ତ କଟିନେଥିଲେ ଦୁର୍ବୃତ୍ତ। ମାତ୍ର ବନ ଅଧିକାରୀ ଜାଣିଲେ ଜାନୁଆରୀ ୨୧ ତାରିଖରେ। ହେଲେ କଥାଟିକୁ ସମ୍ପୂର୍ଣ ଲୁଚାଇବାକୁ ଚେଷ୍ଟା କରି ତରବରିଆ ଭାବେ ବ୍ୟବଚ୍ଛେଦ ପରେ ପୋଡ଼ିଦେଇଥିଲେ ହାତୀକୁ।

ଗତକାଲି ବିଶେଷ ସୂତ୍ରରୁ ସୂଚନା ପାଇ ବିଳମ୍ବିତ ରାତିରେ ବିଶୋଇ ପୋଲିସ ତଲକବାଦିରୁ ଜଣେ, ମାଟିଆଳିରୁ ୨ଜଣ ଓ ରୁଗୁଡ଼ି ଗ୍ରାମରୁ ୪ଜଣଙ୍କୁ ମିଶାଇ ୭ଜଣ ଶିକାରୀ ସହିତ ୨ଟି ହାତୀ ଦାନ୍ତକୁ ଧରିବାରେ ସଫଳ ହୋଇଥିଲେ । ପରେ ବନବିଭାଗ ଖବର ପାଇ ତଲକବାଦି ଗ୍ରାମରେ ପହଞ୍ଚି ସେଠାରୁ ୭ଜଣ ଅଭିଯୁକ୍ତଙ୍କୁ ନେଇ ଯୋଶିପୁର ପଲାଇ ଥିଲା। ପୋଲିସ ଓ ବନ କର୍ମଚାରୀଙ୍କ ଭିତରେ କିଛି ସମୟ ବାକଯୁକ୍ତି ପରେ ହାତୀ ଦାନ୍ତକୁ ରାତିରେ ପ୍ରଥମେ ବିଶୋଇ ଆଣି ପରେ ଯୋଶୀପୁରକୁ ନେଇଯାଇଥିଲେ ।