ଧକ୍କା ଦେଲା ଟ୍ରକ, ଦୁଇ କାଉଡିଆଙ୍କ ସମେତ ଜଣେ ବୃଦ୍ଧ ମୃତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟର ଡିମିରିଆ ଗାଁ ଛକରେ ୧୬ ନମ୍ବର ଜାତୀୟ ରାଜପଥରେ ନିକଟରେ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ ଦୁଇ କାଉଡିଆଙ୍କ ସମେତ ଜଣେ ବୃଦ୍ଧ ମୃତ । ଦୁଇ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଛି। ମୃତ ଦୁଇ କାଉଡ଼ିଆ ବାଣପୁର ଗ୍ରାମର ହୋଇଥିବା ବେଳେ ବୃଦ୍ଧ ଜଣକ ହେଲେ ଦଲିବାଟି ଗାଁର ।

ଅନ୍ୟପଟେ ୩ ଜଣଙ୍କ ଉପରେ ଚଢ଼ିଯିବା ପରେ ଟ୍ରକ୍‌ଟି ଓଲଟି ପଡ଼ିଥିଲା। ତେବେ ଡ୍ରାଇଭରଙ୍କର କିଛି ହୋଇନାହିଁ। ଡ୍ରାଇଭରଙ୍କୁ ପୋଲିସ ଅଟକ ରଖିବା ସହିତ ଟ୍ରକ୍‌ଟିକୁ ଜବତ କରିଛି। ଟ୍ରକ୍‌ଟି ବ୍ରହ୍ମପୁରରୁ କୋଲକାତା ଅଭିମୁଖେ ଯାଉଥିଲା।

ସୂଚନା ଯୋଗ୍ୟ ଜୁଲାଇ ୨୯ରେ ସାଲେପୁର ନିଶ୍ଟିନ୍ତକୋଇଲି ତହସିଲ ଛକ ନିକଟରେ ବାବୁଜଙ୍ଗରୁ ୩୭ ଜଣ କାଉଡ଼ିଆ ମିଶି ପାଣି ନେଇ ପାଇକରାପୁର ଯାଉଥିବା ସମୟରେ ଏକ ଦ୍ରୁତଗାମୀ କାର୍ କଉଡିଆଙ୍କ ଉପରେ ମାଡି ଯାଇଥିଲା। ଫଳରେ ଜଣେ କାଉଡିଆଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ କଟକ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା ବେଳେ ଅଭିଯୁକ୍ତ କାର୍ ଡ୍ରାଇଭରଙ୍କୁ ଅଟକ ରଖାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.