ହାକାଥନ୍‌-୨୦୧୯ରେ କିଟ୍‌ ବିଶ୍ୱବିଦ୍ୟାଳୟର ଦୁଇଟି ଟିମ୍‌ ବିଜୟୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଚେନ୍ନାଇର ସତ୍ୟଭାମା ବିଶ୍ୱବିଦ୍ୟାଳୟ ଓ ଭୁବନେଶ୍ୱର ସି.ଭି.ରମଣ କଲେଜରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଓ ଏଆଇସିଟିଇ ପକ୍ଷରୁ ଆୟୋଜିତ ଜାତୀୟ ଡିଜିଟାଲ ପ୍ରତିଯୋଗିତା ସ୍ମାର୍ଟ ଇଣ୍ଡିଆ ହାକାଥନ୍‌-୨୦୧୯ରେ କିଟ୍‌ ବିଶ୍ୱବିଦ୍ୟାଳୟର ଦୁଇଟି ଟିମ୍‌ ବିଜୟୀ ହୋଇଛନ୍ତି । ଚେନ୍ନାଇରେ ଅନୁଷ୍ଠିତ ହାକାଥନ୍‌ରେ କଂପ୍ୟୁଟର ସାଇନ୍ସ ବିଭାଗର ଛାତ୍ର ଶୁଭମ୍‌ କୁମାର ସାହୁଙ୍କ ନେତୃତ୍ୱରେ ରାଜ ବାବୁ ଦାସ, ଏକତା ପ୍ରକାଶ, ଶୁଭଶ୍ରୀ ଦାସ, ସ୍ମିତି ଓଝା ଏବଂ ଶ୍ରୀଜନ ବାସୁଙ୍କ ଟିମ୍‌-ଦି ଫୋନିକ୍ସ ଟେକ୍‌ -ଶ୍ରମିକମାନଙ୍କ ପାଇଁ ଅଭିଯୋଗ ପଞ୍ଜିକରଣ ପୋର୍ଟାଲ ତିଆରି କରି ବିଜୟୀ ହୋଇଛନ୍ତି । ସେମାନଙ୍କୁ ସାର୍ଟିଫିକେଟ୍‌ ଓ ପୁରସ୍କାର ବାବଦରେ ୧ଲକ୍ଷ ଟଙ୍କା ନଗଦ ଅର୍ଥରାଶି ପ୍ରଦାନ କରାଯାଇଛି ।

kitt ସେହିପରି ସିଭି ରମଣ କଲେଜରେ ଅନୁଷ୍ଠିତ ହାକାଥନ୍‌ ପ୍ରତିଯୋଗିତାରେ କମ୍ପ୍ୟୁଟର ସାଇନ୍‌ସ ବିଭାଗର ଅନ୍ୟ ଏକ ଦଳ ଶୁଭମ୍‌ କୁମାର ଦାସଙ୍କ ନେତୃତ୍ୱରେ ସମରେନ୍ଦୁ ଚନ୍ଦନ ଦାସ, ସିଦ୍ଧାର୍ଥ ମହାପାତ୍ର, ଶୈଳେଶ ଦ୍ୱିବେଦୀ, ଶ୍ୱେତା ପତି ଏବଂ ସୌରଭ ପଟ୍ଟନାୟକଙ୍କ ଟିମ୍‌- ଗ୍ରାଟିଏଁଟ୍‌ସ -ବଡ ବଡ ସହରରେ ବିଭିନ୍ନ ଅଞ୍ଚଳରେ ଯାତାୟାତ କରୁଥିବା ଲୋକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କିପରି ପରିବହନ ବ୍ୟବସ୍ଥା ବ୍ୟବସ୍ଥିତ ଓ ଶୃଙ୍ଖଳିତ କରାଯାଇପାରିବ ତାହାର ସମସ୍ୟା ସମାଧାନ ପାଇଁ ଏକ ସଫଟୱେୟାର ପ୍ରସ୍ତୁତ କରିବାରେ ସଫଳତା ହେବା ସହ ପୁରସ୍କୃତ ହୋଇଛନ୍ତି। ସେମାନଙ୍କୁ ପୁରସ୍କାର ବାବଦରେ ସାର୍ଟିଫିକେଟ୍‌ ଓ ନଗଦ ୭୫ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଛି। ଉଭୟ ଦଳର ସଫଳତାରେ କିଟ୍‌,କିସ୍‌ ଓ କିମ୍ସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିଟ୍‌ର ବିଭିନ୍ନ ବିଭାଗରେ ଛାତ୍ରଛାତ୍ରୀ ଜାତୀୟ ସ୍ତରରେ ଅନୁଷ୍ଠିତ ପ୍ରତିଯୋଗିତାରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଆସୁଛନ୍ତି ବୋଲି ଡକ୍ଟର ଅଚ୍ୟୁତ ସାମନ୍ତ କହିଛନ୍ତି। କିଟ୍‌ର ଗୁଣାତ୍ମକ ଶିକ୍ଷାଦାନ ଓ ଅଭିଜ୍ଞ ଅଧ୍ୟାପକ- ଅଧ୍ୟାପିକାଙ୍କ ମାର୍ଗଦର୍ଶନ ପିଲାଙ୍କୁ ଏହି ସଫଳତା ଆଣିବାରେ ସହାୟକ ହେଉଛି।.