ରାସ୍ତାକଡ଼ ଗଛରେ ପିଟିହେଲା ବାଇକ୍, ୨ ମୃତ

ବଲାଙ୍ଗୀର ; ବଲାଙ୍ଗୀର ଜିଲ୍ଲାରେ ଟିଟିଲାଗଡ଼ ରାସ୍ତା ମଠଖାଇ ପାହାଡ଼ ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା ।  ଯାହାଫଳରେ ରାସ୍ତାକଡ଼ ଗଛରେ ପିଟି ହୋଇଛି ବାଇକ୍ । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ ।  ଘଟଣା ସ୍ଥଳରେ ବଲାଙ୍ଗୀର ସଦର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାନୁସାରେ ୨୬ ନମ୍ବର ଜାତୀୟ ରାଜପଥରେ ଦୁଇଜଣ ଯୁବକ ଏକ ବାଇକ୍ ଯୋଗେ ଯାଉଥିଲେ ।  ମଠଖାଇ ପାହାଡ଼ ନିକଟରେ, ସେମାନଙ୍କ ବାଇକ୍ ରାସ୍ତା କଡ଼ରେ ଥିବା ଏକ ଗଛରେ ଧକ୍କା ଦେଇଥିଲା।  ଯାହା ଫଳରେ ବାଇକ୍ ଆରୋହୀ ଏବଂ ପଛରେ ବସିଥିବା ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।  କୁହାଯାଉଛି ଯେ ବାଇକ୍ ଟି ଦ୍ରୁତ ଗତିରେ ଥିବାରୁ ବାଇକ୍ କୁ ନିୟନ୍ତ୍ରଣ କରିପାରି ନଥିଲେ ଆରୋହୀ ।

Also read: ସୋନପୁରରେ ଭୟାବହ ସଡ଼କ ଦୁର୍ଘଟଣା: ୩ ମୃତ,୩ ଗୁରୁତର