ଭୁବନେଶ୍ବର ସତ୍‌ସଙ୍ଗବିହାର ନିକଟ ଫ୍ଲାଏଓଭର୍‌ରେ ମର୍ମନ୍ତୁଦ ଦୁର୍ଘଟଣା‌, ୨ ଯୁବକ ମୃତ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ବର-କଟକ ଜାତୀୟ ରାଜପଥର ସତ୍‌ସଙ୍ଗବିହାର ନିକଟ ଫ୍ଲାଏଓଭର୍‌ରେ ମର୍ମନ୍ତୁଦ ଦୁର୍ଘଟଣା‌। ଗତକାଲି ସଂଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା‌ରେ  ୨ଜଣ ଯୁବକଙ୍କ ମୃତ୍ଯୁ ହୋଇଛି। ଦୁଇ ମୃତକଙ୍କ ମଧ୍ୟରୁ ଜଣଙ୍କ ନାମ ଅର୍ମାନ୍‌ ଖାନ୍‌ ଓରଫ୍‌ ପପୁ ବୋଲି ଜଣାପଡ଼ିଛି। ଉଭୟଙ୍କ ଘର ରାଉରକେଲାରେ। ଏଠାରେ ସେମାନେ ସାଲିଆସାହିରେ ରହୁଥିଲେ।

ସୂଚନା ମୁତାବକ ଗତକାଲି ସଂଧ୍ୟା ପ୍ରାୟ ୮ଟାରେ ଉଭୟ ଏକ ବାଇକ୍‌‌‌‌ରେ ରସୁଲଗଡ଼ରୁ ସାଲିଆସାହି ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ସେମାନେ ସତ୍‌ସଙ୍ଗବିହାର ନିକଟ ଫ୍ଲାଏଓଭର୍‌ରେ ଯାଉଥିବା ବେଳେ ପଛପଟୁ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଉପରେ ଚଢ଼ି ଯାଇଥିଲା।