ଭାରସାମ୍ୟ ହରାଇ ପିଲରରେ ପିଟିହେଲା ବାଇକ୍‌, ୨ମୃତ

କଣ୍ଟାବାଞ୍ଜି(କେନ୍ଯୁଜ୍): ଭାରସାମ୍ୟ ହରାଇ ପିଲରରେ ପିଟିହେଲା ବାଇକ୍‌। ଘଟଣାସ୍ଥଳରେ ୨ ବାଇକ୍‌ ଆରୋହୀ ମୃତ। କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ଗତକାଲି ରାତିରେ ଦୁଇ ଜଣ ବାଇକ୍‌ରେ କଣ୍ଟାବାଞ୍ଜି ଅଭିମୁଖେ ଆସୁଥିବାବେଳେ ଭାରସାମ୍ୟ ହରାଇ ରାସ୍ତା ପାଥରେ ଥିବା ପିଲାରରେ ପିଟି ହୋଇଯାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ।

Leave A Reply

Your email address will not be published.