ପୋଲସରା : ବାଟୋଇକୁ ଧକ୍କା ଦେଲା ବାଇକ, ଦୁଇ ମୃତ । ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ମିଟୁ ପରିଡା ଓ କାଶୀନାଥ ସେଠୀ । ରାଣୀପଡାର ମିଟୁ ପରିଡା ମଞ୍ଚ ନାଟକ ସାରି ବାଇକରେ ଫେରୁଥିବାବେଳେ ଦୁର୍ଘଟଣା ଘଟିଥିଲା । କାଶୀନାଥ ମର୍ଣ୍ଣିଂ ୱାକ୍ କରୁଥିବାବେଳେ ଧକ୍କା ଦେଇଥିଲା ବାଇକ । କବିସୂର୍ଯ୍ୟନଗର ଥାନା ପୋଲିସର ଘଟଣାର ତଦନ୍ତ କରୁଛି ।