ରାସ୍ତାକଡ ଗଛରେ ପିଟିହେଲା ବାଇକ୍‌, ଦୁଇ ଯୁବକ ମୃତ

ଭଞ୍ଜନଗର(କେନ୍ଯୁଜ୍): ରାସ୍ତାକଡ ଗଛରେ ପିଟିହେଲା ବାଇକ୍‌ । ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ , ବୁଗୁଡ଼ା ସହର ନିକଟରେ ଗତ ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ଅଗ୍ନିଶମ ବାହିନୀ , ଘଟଣାସ୍ଥଳରୁ ଦୁଇ ଯୁବକଙ୍କୁ ଉଦ୍ଧାର କରିବା ସହିତ ବୁଗୁଡ଼ା ମେଡିକାଲରେ ଭର୍ତି କରିଥିଲା।

ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଖବରପାଇ ପରିବାର ଲୋକେ ଦୁଇ ମୃତଦେହକୁ ଚିହ୍ନଟ କରିଥିଲେ । ମୃତକ ମାନେ ବୁଗୁଡ଼ା ଥାନା ଅନ୍ତର୍ଗତ କଞ୍ଚୁଡୁ ଗ୍ରାମର ବୋଲି ଜଣାପଡ଼ିଥିଲା । ଘଟଣା ସଂକ୍ରାନ୍ତରେ ବୁଗୁଡ଼ା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.