ପୁଣି ବଣୁଆ ଦନ୍ତା ହାତୀ ‘ଡନ୍‌’ର ଆତଙ୍କ, ଆକ୍ରମଣରେ ୨ମୃତ

ସମ୍ବଲପୁର: ପୁଣି ଡନ୍‌ର ଆତଙ୍କ । ଡନ୍‌ର ଆକ୍ରମଣରେ ୨ମୃତ । ବଣୁଆ ଦନ୍ତା ହାତୀ ଡନ୍‌ ପ୍ରତିଦିନ ରାତିରେ ଆତଙ୍କ ଖେଳାଇ ଚାଲିଛି । ପୂର୍ବରୁ ସମ୍ବଲପୁର ଜିଲ୍ଲା ଯୁଜୁମୁରାରେ ଡନ ଆତଙ୍କ କରୁଥିବା ବେଳେ ଗତକାଲି ମାନେଶ୍ୱର ନିକଟସ୍ଥ ଝାଙ୍କରପାଲି ସେକ୍ସନ କୁଢେନିଶା ଗାଁରେ ପଶି ଆତଙ୍କ ଖେଳାଇଛି।

ଘର ଭଙ୍ଗାରୁଜା ସହ ଘର ଭିତରେ ଥିବା ୨ଜଣ ବ୍ୟକ୍ତିଙ୍କୁ ଦଳିଦେଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ଗୁରୁତରଙ୍କୁ ମେଡିକାଲ ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତକ ବରଗଡ଼ ଅତାବିରା ଜୁନେନ ଗ୍ରାମର ତେଲେଙ୍ଗା ଓରାମ ଓ ଜୟରାମ ର୍ମିଧା । ଉଭୟ ସମ୍ବଲପୁରରେ ରହି ବାଉଁଶ କାର୍ଯ୍ୟ କରୁଥିଲେ । ମୃତକଙ୍କୁ କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୟ ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.