ନୟାଗଡ଼ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟାଟା ଏସି ଧକ୍କାରେ ଦୁଇ ମହିଳା ମୃତ, ୨ ଗୁରୁତର

ନୟାଗଡ଼(କେନ୍ଯୁଜ୍): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସଂପଡା ଗ୍ରାମରେ ଆଜି ସକାଳୁ ଅଜଣା ଗାଡି ଧକ୍କାରେ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ମହିଳା ଗୁରୁତର ହୋଇଥିବା ଜଣାପଡିଛି। ଆଜି ଭୋର ସମୟରେ ୫୭ନଂ ଜାତୀୟ ରାଜପଥ ଉପରେ ଚାଲି ଚାଲି ଯାଉଥିବାବେଳେ, ଏକ ଟାଟା ଏସି ଗାଡି ଧକ୍କା ଦେଇ ପଳେଇ ଯାଇଥିଲା ।

ତେବେ ଘଟଣାସ୍ଥଳରେ ଦୁଇ ଜଣ ମହିଳାଙ୍କର ମୃତ୍ଯୁ ହୋଇଥିଲା । ମୃତ ମହିଳା ହେଲେ ସୁରବାଲା ପରିଡା ଏବଂ ମାନସୀ ମାର୍ଥା । ସ୍ଥାନୀୟ ଯୁବଗୋଷ୍ଠୀ ସମସ୍ତଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି । ଅନ୍ୟ ଦୁଇ ଗୁରୁତର ମହିଳାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ପଠାଯାଇଛି । ଦୁର୍ଘଟଣା ଘଟାଇ ଟାଟା ଏସି ଗାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ତେବେ ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେହିପରି ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଡିଭାଇଡର ଉପରେ ଝୁଲିଲା ଏକ କାର । ନିଶାଶକ୍ତ ଅବସ୍ଥାରେ ଗାଡି ଚଲାଉଥିବା ସମୟରେ ଡିଭାଇଡର ଉପରକୁ ଗାଡ଼ି ଚଢ଼ାଇଦେଲେ ଗାଡ଼ି ଚାଳକ । ମାଷ୍ଟରକ୍ୟାଣ୍ଟିନରୁ ବିଧାନସଭା ଅଭିମୁଖେ ଯାଉଥିବା ବେଳେ ଡିଭାଇଡର ଉପରେ ଚଢ଼ି ଯାଇଥିଲା ସ୍କର୍ପିଓ ଗାଡି । କାହାର କିଛି କ୍ଷତି ହୋଇନାହିଁ । ଗାଡିଟି ବିଧାୟକ ରମେଶ ଜେନାଙ୍କର ବୋଲି ଜଣାପଡିଛି । ଦୁର୍ଘଟଣା ବେଳେ ଗାଡିରେ ବିଧାୟକ ରମେଶ ଜେନା ନଥିଲେ ।

ସୂଚନା ଥାଉକି ପୂଜାରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ପ୍ରତି କଠୋର ପଦକ୍ଷେପ ନିଆଯିବ ବୋଲି ପୋଲିସ କମିଶନର ଚେତାବନୀ ଦେଇଛନ୍ତି। ତଥାପି ଆଇନକୁ ଖାତିର ନକରି ଏଭଳି ବେପରୁଆ ଭାବେ ଗାଡି ଚଳାଇ ଦୁର୍ଘଟଣା ଘଟାଇବା ନିହାତୀ ପରିତାପର ବିଷୟ। ସୌଭାଗ୍ଯ ବଶତଃ ଦୁର୍ଘଟଣା ବଶତଃ କାହାର ଜୀବନ ହାନୀ ହୋଇନାହିଁ । ନାଇଟ୍‌ କର୍ଫ୍ୟୁ ପାଇଁ ରାସ୍ତା ଘାଟ୍ ସାଧାରଣ ଦିନ ଅପେକ୍ଷା ଫାଙ୍କା ରହିଥିଲା । ଯାହାଦ୍ବାରା ଏକ ବଡ ଅଘଟଣ ଘଟିଥିଲେ ବି ସଭିଏଁ ସୁରକ୍ଷିତ ରହିଗଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.