ଭାରସାମ୍ୟ ହରାଇ ଡିଭାଇଡ଼ରରେ ପିଟି ହେଲା ବାଇକ୍, ୨ ଜଣଙ୍କର ମୃତ୍ୟୁ

ଛତ୍ରପୁର(କେନ୍ୟୁଜ୍): ଗଞ୍ଜାମ ଛତ୍ରପୁର DRDA ନିକଟ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ୨ଜଣ ହେଲେ ବ୍ରହ୍ମପୁର ବ୍ରହ୍ମାନଗର ଅଞ୍ଚଳର ସୁମନ ଦାସ ଏବଂ ହିଞ୍ଜିଳିକାଟୁ କଂଚୁଡୁ ଅଞ୍ଚଳର ଦଣ୍ଡପାଳ ।

ଦୁହେଁ ଏକ ବାଇକରେ ଯାଉଥିବା ସମୟରେ DRDA ଛକ ନିକଟରେ ଭାରସାମ୍ୟ ହରାଇ ଡିଭାଇଡ଼ରରେ ପିଟି ହୋଇଥିଲେ । ଛତ୍ରପୁର ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.