କାର ସହ ବାଇକର ମୁହାଁମୁହିଁ ଧକ୍କା : ୨ ମୃତ, ଜଣେ ଗୁରୁତର, ଜଳିଗଲା ବାଇକ୍‌

ଢ଼େଙ୍କାନାଳ(କେନ୍ୟୁଜ) : ଢେଙ୍କାନାଳ ଗଦିଆ ଥାନା ଅନ୍ତର୍ଗତ ସୋରିସିଆପଦା ହରିପୁର ନିକଟରେ କାର ବାଇକ ମୁହାଁମୁହଁ ଧକ୍କା ହେବା ଯୋଗୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ ଲକ୍ଷ୍ମଣ ବାଦ୍ରା ଓ ଠୁରୁ ନାୟକ । ଦୁର୍ଘଟଣା ଯୋଗୁ ଘଟଣାସ୍ଥଳରେ ବାଇକଟି ଜଳିଯାଇଛି ।

ମିଳିଥିବା ସୂଚନାନୁଯାୟୀ, ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ସୋରିଶିଆପଦା ପଞ୍ଚାୟତର ରଗଡ଼ିସାହିର ତୁଳସୀ ହେମ୍ବ୍ରମ, ଠୁରୁ ନାୟକ ଓ ଭାଲୁଗୁଡ଼ା ଗ୍ରାମର ଲକ୍ଷ୍ମଣ ବାଦ୍ରା ଏକ ବାଇକରେ ଟାଙ୍ଗି ଅଭିମୁଖେ ଯାଉଥିଲେ। ଢୋଲପଥର ନିକଟରେ ଅପରପାର୍ଶ୍ବରୁ କଟକ ଟାଙ୍ଗୀ ଅଞ୍ଚଳରୁ ଏକ କାର (ଓଡି୦୨ଡିଭି୩୨୩୮) କପିଳାସ ଅଭିମୁଖେ ଆସୁଥିଲା । କୌଣସି କାରଣରୁ ଦୁଇଟି ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲା।

ଘଟଣା ସ୍ଥଳରେ ବାଇକ ଚାଳକ ମୃତ୍ୟୁ ହୋଇ ଥିବା ବେଳ ଅନ୍ୟ ଜଣଙ୍କର ମେଡିକାଲରେ ମୃତ୍ୟୁ ହୋଇଯାଇଛି । ଆଉ ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମୃତକ ଦ୍ୱୟ ହେଲେ ଯାଜପୁର ଜିଲ୍ଲାର ଭାଲୁମୁରା ଗ୍ରାମର ଲକ୍ଷଣ ବାଦ୍ରା ଓ ଢେଙ୍କାନାଳ ଜିଲ୍ଲାର ସୋରିସିଆ ପଦା ଗ୍ରାମର ଠୁରୁ ନାୟକ ।

ଗୁରୁତରଙ୍କୁ ପ୍ରଥମେ ଗଦିଆ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ ଢ଼େଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଦୃଘଟଣା ରେ ବାଇକ ସଂପୂଣ୍ଣ ପୋଡି ନଷ୍ଠ ହୋଇଯାଉଛି । ଘଟଣା ସ୍ଥଳରେ ଗଦିଆ ପୋଲିସ ପହଞ୍ଚି ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.