ପୋଲିସ ରିଭଲଭରରୁ ଗୁଳିଫୁଟି ୨ ଜଣଙ୍କ ମୃତ୍ୟୁ ଘଟଣା, ଅତ୍ୟଧିକ ମଦ୍ୟପାନ ଯୋଗୁ ଗୁଳିମାଡ଼

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଚୁଲିମାଳ ଗାଁରେ ପୋଲିସ ରିଭଲଭରରୁ ଗୁଳିଫୁଟି ୨ ଜଣଙ୍କ ମୃତ୍ୟୁ  । ଅତ୍ୟଧିକ ମଦ୍ୟପାନରୁ ହତ୍ୟାକାଣ୍ଡ ଘଟିଥିଲା  । ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍  । ଅତ୍ୟଧିକ ମଦ୍ୟପାନ ପରେ ଆକ୍ରୋଶରୁ ଭାଇକୁ ହତ୍ୟା କରିଛି ଭାଇ  । ଗତ ୬ ତାରିଖ ସନ୍ଧ୍ୟାରେ ଭଣ୍ଡାର ପଞ୍ଚାୟତ ଚୁଲିମାଲ ଗାଁରେ ଗୁଳିମାଡ଼ରେ ଦୁଇଭାଇଙ୍କ ମୃତ୍ୟୁ ଘଟିଥିଲା  l

ମୃତକଙ୍କ ମଧ୍ୟରେ ଜଣେ ବିଧାୟକଙ୍କ ପିଏସଓ ପୋଲିସ କନେଷ୍ଟବଳ ରହିଥିଲେ  ।  ସେଦିନ ମୃତ କନେଷ୍ଟବଳ ମନୋଜ ଝାଙ୍କର ନିଜର କକାପୁଅ ଭାଇ ଶେଷଦେବ ଝାଙ୍କର ଏବଂ ଅନ୍ୟ ଦୁଇଜଣଙ୍କ ସହ ଗାଁମୁଣ୍ଡ ଏକ ପଡିଆରେ ଭୋଜି ଭାତ କରିଥିଲେ  l ନିଶାସକ୍ତ ଅବସ୍ଥାରେ ପ୍ରଥମେ ମନୋଜଙ୍କ ସର୍ଭିସ ରିଭଲଭରରେ ଶେଷଦେବ ୫ ରାଉଣ୍ଡ ଗୁଳି ଚଳାଇଥିଲା  l

ଏହାକୁ ନେଇ ପରେ ମନୋଜ ଚାକିରିରେ ଅସୁବିଧା ପଡ଼ିଯିବାର ଭୟରେ ଶେଷଦେବ ହାତରୁ ସର୍ଭିସ ରିଭଲଭରକୁ ଛଡ଼ାଇ ଗୁଳି କରିଥିଲେ  l ଏଥିରେ ମନୋଜ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ  l ପରେ ମନୋଜ ରିଭଲଭରରୁ ଗୁଳିକରି ଆତ୍ମହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି  l

You might also like