ମାଟି ଅତଡ଼ା ଖସି ୨ ଶ୍ରମିକ ମୃତ, ପାଇପ୍ ଲାଇନ୍ କାମ କରୁଥିବା ବେଳେ ଦୁର୍ଘଟଣା
ମାଟି ଅତଡ଼ା ଖସି ୨ ଜଣ ଶ୍ରମିକ ମୃତ । ଯୋଡା ଥାନା କମାରଯୋଡ଼ା ନିକଟରେ ଠିକାଦାର ପାଇପ୍ ଲାଇନ୍ କାମ କରୁଥିବା ବେଳେ, ଉପରୁ ମାଟି ଅତଡ଼ା ଖସିବାରୁ ମାଟି ତଳେ ଚାପି ହୋଇ ୨ଜଣ ଶ୍ରମିକ ମୃତ । ଦୁର୍ଘଟଣାସ୍ଥଳରେ ପହଞ୍ଚି ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା ।
ଯୋଡା: ମାଟି ଅତଡ଼ା ଖସି ୨ ଜଣ ଶ୍ରମିକ ମୃତ । ଯୋଡା ଥାନା କମାରଯୋଡ଼ା ନିକଟରେ ଠିକାଦାର ପାଇପ୍ ଲାଇନ୍ କାମ କରୁଥିବା ବେଳେ, ଉପରୁ ମାଟି ଅତଡ଼ା ଖସିବାରୁ ମାଟି ତଳେ ଚାପି ହୋଇ ୨ଜଣ ଶ୍ରମିକ ମୃତ । ଦୁର୍ଘଟଣାସ୍ଥଳରେ ପହଞ୍ଚି ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା ।
କେନ୍ଦୁଝର ଜିଲ୍ଲା ଯୋଡ଼ା- ବାମେବାରି ଏକ୍ସପ୍ରେସ୍ ରାସ୍ତାର କମାରଯୋଡ଼ା ରାସ୍ତାକଡ଼ରେ ଆଜି ଘଟିଛି ଅଘଟଣ । ଡ୍ରେନ ନିର୍ମାଣପାଇଁ ମେସିନ ଯୋଗେ ମାଟି ଖୋଳା ଚାଲିଥିବା ବେଳେ ମାଟି ଅତଡ଼ା ଧସିଥିଲା । ଫଳରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ମୃତ ଶ୍ରମିକ ଦ୍ବୟ ହେଲେ କଳାପାହାଡ଼ ତଲକ୍ ହଟିଂର ଅର୍ଜୁନ ଲୋହାର ଓ ଚରଣ ଲୋହାର।
ଘଟଣାସ୍ଥଳରୁ ଜଣାପଡିଛି ଯେ, ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଉକ୍ତ ସ୍ଥାନରେ ଡ୍ରେନ୍ ନିର୍ମାଣ ପାଇଁ ମାଟି ଖୋଳା କାର୍ଯ୍ୟ ଚାଲୁଥିବା ବେଳେ ଅଚାନକ ମାଟି ଅତଡ଼ା ଖସି ଶ୍ରମିକମାନେ ପୋତି ହୋଇ ଯାଇଥିଲେ। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ତେବେ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେବାରୁ ଘଟଣା ସ୍ଥଳରେ ପୋତି ହୋଇ ଯାଇଥିବା ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ତେବେ ଆଂଶିକ ପୋତିହୋଇ ଥିବା ଶ୍ରମିକମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଆହତ ଶ୍ରମିକଙ୍କୁ ଯୋଡା ଟାଟା ଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।