ଏବେ ବି ଯାଇନି ଅନ୍ଧବିଶ୍ୱାସ: ସାପ କାମୁଡ଼ାରେ ଗୁଣିଗାରେଡିର ସାହାରା ନେବାରୁ ଚାଲିଗଲା ୨ ଜୀବନ

ବଣାଇ (କେନ୍ୟୁଜ): ସମାଜକୁ ସଂସ୍କାର ଓ ଅନ୍ଧବିଶ୍ୱାସ ଲୋକଙ୍କ ମାନସିକତାରେ ଏପରି ସ୍ଥାନ ପାଇଛି ଯେ ବିଷାକ୍ତ ସାପ କାମୁଡ଼ାକୁ ଗୁଣିଗାରେଡି ସାହାଯ୍ୟରେ ଭଲ ହୋଇଯିବାର ଆଶା ଆଜି ଦୁଇ ଜଣଙ୍କ ଜୀବନ ଦୀପକୁ ଲିଭାଇଦେଇଛି । ଏହି ପରି ଘଟଣା ଘଟିଛି ଗୁରୁଣ୍ଡିଆ ବ୍ଲକ ଅଞ୍ଚଳରେ । ଗୁରୁଣ୍ଡିଆ ଥାନା ର ଲୁହୁରା ସାହି ର ଚାମୁର ଏକ୍କା ଘରେ ଶୋଇଥିବା ବେଳେ ଏକ ଅଜଣା ସାପ କାମୁଡିଥିଲା ତାକୁ ଡାକ୍ତରଖାନା ବଦଳରେ ଗୁଣିଗାରେଡି କରିଥିଲେ ପରେ ତାଙ୍କରମୃତ୍ୟୁ ହୋଇଥିଲା ।

ସେହିପରି ଅତି ଦୁଃଖଦ ଘଟଣା ଚାନ୍ଦିପୋଷ ଥାନାର ତାମଡା ଗ୍ରାମରେ ଏକ ଶିକ୍ଷୟିତ୍ରୀ ମମତା ପାତ୍ର ଙ୍କୁ ଚିତି ସାପ ବେକ ରେ ଶୋଇବା ଅବସ୍ଥାରେ କାମୁଡିଥିଲା ।ତାକୁ ସେଠାରୁ ତାଙ୍କ ଶ୍ୱଶୁର ଘର ଗୁଣିଆ ପାଖକୁ ନେଇଥିଲେ ପଡୋଶୀ ଯେତେ କହିଲେ ବି ମେଡିକାଲ ପରିବର୍ତେ ଗୁଣିଆ କରାଇଥିଲେ ସେଠାରେ କିଛି ପରିବର୍ତନ ନ ହେବାରୁ ରାଉରକେଲା ଆଇଜିଏଚ ନେଇଥିଲେ ମାତ୍ର ପହଂଚିବା ଆଗରୁ ମୃତ ଜାଣିବା ପରେ ପୁଣି ଗାଁ କୁ ଫେରାଇ ଅନ୍ୟ ଏକ ଗୁଣିଆ ପାଖକୁ ନେଇଥିଲେ । ମାତ୍ର ଶେଷରେ ତାଙ୍କର ମୃତ୍ୟୁ ହୋଇ ଥିଲ, ଯଦି ଦୁଇଟି ଯାକ ଙ୍କୁ ମେଡିକାଲ ପହଞ୍ଚିଥିଲେ ଯେ ଉଭୟ ବଞ୍ଚିଥାଇଥାନ୍ତେ ଏଥିରେ ସନ୍ଦେହ ନାହିଁ ମାତ୍ର ଅନ୍ଧ ବିସ୍ଵାଶ ଯୋଗୁଁ ଦୁଇଟି ଜୀବନ ଚାଲିଗଲା ଏହା ଯେତିକି ଦୁର୍ଭାଗ୍ୟ ପୁର୍ଣ ତାଠୁ ବେଶୀ ସରକାରଙ୍କ ଜନସଚେତନତା କିପରି ଗୁରୁଣ୍ଡିଆ ବ୍ଲକ ଅଂଚଳରେ ଲୋକଙ୍କୁ ଜାଗୃତ କରିପାରୁନାହିଁ, ମୃତ ପ୍ରଧାନ ଶିକ୍ଷୟିତ୍ରୀ ମମତା ପାତ୍ର ଙ୍କ ମୃତ୍ୟୁ ଖବର ପାଇ ଶିକ୍ଷକ ମହଲରେ ଶୋକ ର ଛାୟା ଖେଳିଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.