ରାଜକନିକା(କେନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଭାମଣ୍ଡା ଗାଁରେ ଅବୈଧ ପ୍ରେମ ସମ୍ପର୍କରୁ ପୂଜକ ରଙ୍ଗାଧର ଦାସ ହତ୍ୟାକାଣ୍ଡ ଘଟଣାରେ ପତ୍ନୀଙ୍କ ସହ ପ୍ରେମିକ ଗିରଫ। ହତ୍ୟାଅଭିଯୋଗରେ ପତ୍ନୀ ରତ୍ନମଣି ଦାସ ଓ ତାଙ୍କ ପ୍ରେମିକ ଆସିତ ଶତପଥୀଙ୍କୁ ଯାଜପୁରରୁ ରାଜକନିକା ପୋଲିସ ଗିରଫକରି ଆଜି କୋର୍ଟ ଚାଲାଣ କରିଛି। ପତ୍ନୀଙ୍କ ସହ ସେହି ଗାଁର ଅସିତ ଶତପଥୀଙ୍କ ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ନେଇ ଗତ ୧୭ତାରିଖ ଦିନ ପତ୍ନୀଙ୍କ ସହ ଝଗଡା ହେବା ପରେ ରଙ୍ଗାଧର ନିଖୋଜ ହୋଇଯାଇଥିଲେ।ଏହାର ୫ଦିନ ପରେ ଗାଁ ନିକଟସ୍ଥ ଶିମିଳିମାହାରା ଜୋର ନିକଟରୁ ରଙ୍ଗାଧରଙ୍କ କ୍ଷତାକ୍ତ ମୃତ ଦେହ ମିଳିଥିଲା।
ସେହି ଦିନ ସ୍ୱାମୀର ଚିତା ଲିଭିନଥିବା ବେଳେ ପତ୍ନୀ ପ୍ରେମିକର ହାତଧରି ଚାଲିଯାଇଥିଲା। ରଙ୍ଗାଧରଙ୍କୁ ପତ୍ନୀ ଓ ପ୍ରେମିକ ମିଶି ହତ୍ୟାକରିଥିବା ନେଇ ତାଙ୍କ ଭାଇ ଗଙ୍ଗାଧର ଦାସ ରାଜକନିକା ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗକୁ ଆଧାର କରି ରାଜକନିକା ପୋଲିସ ତଦନ୍ତ କରି ପତ୍ନୀ ଓ ତାଙ୍କ ପ୍ରେମିକାକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…
ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…