ଆଣ୍ଟି ନକ୍ସଲ ଅପରେସନରେ ପୋଲିସକୁ ସଫଳତା: ୨ ଜଣ ନିହତ

ବଲାଙ୍ଗିର(କେନ୍ୟୁଜ୍):ଆଣ୍ଟି ନକ୍ସଲ ଅପରେସନରେ ପୋଲିସକୁ ସଫଳତା। ଗତକାଲି ରାତିରେ ଗନ୍ଧମାର୍ଦ୍ଦନ ପାହାଡରେ ପୋଲିସ ମାଓବାଦୀ ଗୁଳିବିନିମୟ ହୋଇଛି।ପ୍ରାୟ ଅଧଘଣ୍ଟା ଧରି ଚାଲିଥିବା ଗୁଳିବିନିମୟରେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଘଟଣା ସ୍ଥଳରେ ୫ ଟି ଏସଓଜି ଟିମ ନିୟୋଜିତ ଥିଲେ। ଗତକାଲି ରାତିରେ ଟିମ ଅପରସନରେ ଥିଲେ। ଗୁଳି ବିନିମୟ ହେଲା। କମ୍ବିଂ ବେଳେ ୨ ଜଣ ମାଓବାଦୀ ନିହତ ହୋଇଛନ୍ତି।

ଉଭୟ ଛତିଶଗଡ଼ର ବାସିନ୍ଦା। ସେମାନେ ବଲାଙ୍ଗିର ବରଗଡ ମହାସମୂହ ଡିଭିଜନର କ୍ୟାଡର ଥିଲେ। ବର୍ତ୍ତମାନ ମଧ୍ୟ କମ୍ବିଂ ଚାଲିଛି। ୨ ଜଣ ମାଓବାଦୀଙ୍କ ଉପରେ ୪ ଲକ୍ଷ ଟଙ୍କାର ରାଶି ଘୋଷଣା କରାଯାଇଥିଲା। ପୁନର୍ବାର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ପୋଲିସ ଡିଜି କଲେ ନିବେଦନ। ହିଂସାର ପନ୍ଥା ଛାଡି ମୁଖ୍ୟ ସ୍ରୋତରେ ସାମିଲ ହେଲେ ସେମାନଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଧାରଣ ଜୀବନଯାପନ ନିମିତ୍ତ ଅନେକ ଯୋଜନା ରହିଛି।

Leave A Reply

Your email address will not be published.