ମାଛ ଧରିବାକୁ ଯାଇ ନାଳରେ ପଡି ଚାଲିଗଲା ୨ ନାବାଳକଙ୍କ ଜୀବନ

ଚାନ୍ଦବାଲି(କେନ୍ୟୁଜ୍‌): ମାଛ ଧରିବାକୁ ଯାଇ ନାଳରେ ପଡି ୨ଜଣ ନାବାଳକର ମୃତ୍ୟୁ ଘଟିଛି । ଏମିତି ଦୁଃଖ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଘଟିଛି । ସୂଚନା ମୁତାବକ ଜଳେଶ୍ୱର ପଂଚାୟତ ନୂଆଗାଁ ଇଛାପୁରର ଧନେଶ୍ୱର ମହାଳିକଙ୍କ ପୁଅ ଜଗା ମହାଳିକ, ବୟସ ୧୨ ଓ ନାଲଗୁଣ୍ଡା ପଂଚାୟତର ଇଟୁଆ ଗାଁର ବେଣୁଧର ମହାଳିକଙ୍କ ପୁଅ ବାପୁନ ମହାଳିକ ମତୋ ପରମାନନ୍ଦପୁର ବଇଦପୋଖରୀ ରାସ୍ତା କଡରେ ଥିବା ଜୋରକୁ ମାଛ ଧରିବାକୁ ଯାଇଥିଲେ । ହେଲେ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମାଛ ଧରୁଥୁବା ନାଳରେ ମୃତ ଦେହ ଭାସୁ ଥିବାର ଦେଖି ଉଦ୍ଧାର କରିଥିଲେ ।

ସଙ୍ଗେ ସଙ୍ଗେ ପରିବାର ଲୋକେ ୨ ନାବାଳକଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.