ଆଳିରେ ଅଘଟଣ: ଡଙ୍କାରି ଗାଁରେ ପୋଖରୀରେ ବୁଡି ୨ଜଣ ଶିଶୁ ମୃତ

ଆଳି(କେନ୍ୟୁଜ୍):  କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଡଙ୍କାରି ଗାଁରେ ପୋଖରୀରେ ବୁଡି  ୨ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି।ଦୁଇଜଣ ସମ୍ପର୍କୀୟ ଭାଇ- ଭଉଣୀ। ଉଭୟଙ୍କ ବୟସ ୫ବର୍ଷ ।ଡଙ୍କାରି ଗାଁର ସୁକଦେଵ ସାମଲଙ୍କ ଝିଅ  ଓ ଗଞ୍ଜା ଗାଁର ବିନୋଦ ପାତ୍ରଙ୍କ ପୁଅ ଦୁଇ ଜଣ ଖେଳୁଥିବା ବେଳେ ପୋଖରୀକୁ ଖସିପଡିଥିଲେ।

ଘରଲୋକେ ଖୋଜା ଖୋଜି କରିବା ପରେ ଦୁଇ ଜଣଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ।ଉଦ୍ଧାର ପରେ ସେମାନଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦରେ ଭର୍ତ୍ତି କରାଯାଇଥିଲା।ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.