କଟକ (କେନ୍ୟୁଜ): ଦିନ ପରେ ଦିନ ବିତୁଛି। ମିଳୁନି ମହାନଦୀରେ ବୁଡିଯାଇଥିବା ଦୁଇ ଛାତ୍ରଙ୍କ ପତ୍ତା। NDRF, ODRAF ଓ ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି ରହିଛି। ଗତ ମଙ୍ଗଳବାର ଅରାହ୍ମରେ ମୁଣ୍ଡଳୀ ନିକଟ ମହାନଦୀରେ ବୁଡ଼ିଯାଇଥିଲେ କଟକର ଦୁଇ ଛାତ୍ର । ଆଦିତ୍ୟ ଅଭିଷେକ ମଲ୍ଲିକ, ଦେବତୂଲ୍ୟ ଚୌଧୁରୀଙ୍କୁ ଲଗାତାର ୪୮ ଘଣ୍ଟାରୁ ଅଧିକ ସମୟ ଧରି ଖୋଜାଖୋଜି କରିବା ପରେ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନି।
ସ୍କୁବା ଡାଭର ବିଭିନ୍ନ ଜାଗାରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି। ନରାଜର ଉପର ମୁଣ୍ଡ, ତଳ ମୁଣ୍ଡ, ଯୋବ୍ରା, ମୁଣ୍ଡଳୀର କିଛି ସ୍ଥାନ ଓ ସିଧେଶ୍ୱର ପାହାଡ଼ର ଟନିଙ୍ଗ ପଏଣ୍ଟ ଇତ୍ୟାଦି ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହଛି। ମହାନଦୀରେ ପାଣି ସ୍ରୋତ ଅଧିକ ଥିବାରୁ ଖୋଜାଖୋଜିରେ ବାଧା ଉପୁଜୁଛି। ଏପଟେ ପିଲାଙ୍କୁ ନପାଇ କାନ୍ଦବୋବାଳିରେ ଫାଟି ପଡୁଛି ଘର ପରିବେଶ। ମଙ୍ଗଳବାର ଅପରାହ୍ନରେ ୮ଜଣ ସାଙ୍ଗ ମହାନଦୀକୁ ଗାଧୋଇବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଛାତ୍ର ବୁଡିଯାଇଥିଲେ।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…