ମହାନଦୀରେ ଭାସିଗଲା ଯାତ୍ରୀବାହୀ ଡଙ୍ଗା, ୨ ନିଖୋଜ

ମହାକାଳପଡ଼ା(କେନ୍ୟୁଜ୍): ମହାନଦୀରେ ଭାସିଗଲା ଯାତ୍ରୀବାହୀ ଡଙ୍ଗା । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବାହାକୁଦ ଘାଟରେ ଡଙ୍ଗା ଭାସିଛି । ଡଙ୍ଗାରେ ୫୦ରୁ ଅଧିକ ଯାତ୍ରୀ ପାରାଦୀପ ପଟୁ କେନ୍ଦ୍ରାପଡ଼ା ଆସୁଥିଲେ । ନିଖୋଜ ଯାତ୍ରୀ ମାନେ କାମ ସାରି ଘରକୁ ଫେରୁଥିବା ବେଳେ ଡଙ୍ଗାଟି ଭାସିଯାଇଥିଲା । କିଛି ମଟର ସାଇକେଲ ଓ ସାଇକେଲ ବି ଡଙ୍ଗାରେ ଥିଲା । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୨ ଜଣ ନିଖୋଜ ଥିବା ସୂଚନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.