ମୟୁରଭଞ୍ଜର ୬୧ ନଂ ରାଜ୍ୟ ରାଜପଥରେ କାର ସହ ବାଇକର ମୁହାଁ ମୁହିଁ ଧକ୍କା: ଜଳିଗଲା ବାଇକ, ଦୁଇ ମୃତ

ମୟୁରଭଞ୍ଜ(କେନ୍ୟୁଜ୍):  ମୟୁରଭଞ୍ଜ ଜିଲ୍ଲାର ମୋରଡା ଥାନା ୬୧ ନଂ ରାଜ୍ୟ ରାଜପଥ ଚିତ୍ରଡା-ଅମରଦା ରୋଡ଼ ଝିଙ୍କିରିଆ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାର ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ତେବେ ଦୁର୍ଘଟଣାରେ ବାଇକଟି ସମ୍ପୂର୍ଣ୍ଣ ଭାବେ ଜଳିପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି।

ସୂଚନା ମୁତାବକ ଓଡ଼ି୦୨ଭି ୦୪୪୦ ମାରୁତି ସୁଜୁକି ସୁଇଫ୍ଟ କାର ବାରିପଦାରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ସମୟରେ ଝିଙ୍କିରିଆ ବାଙ୍କ ରାସ୍ତାରେ ରାସଗୋବିନ୍ଦପୁର ପଟୁ ଆସୁଥିବା ଏକ ବାଇକ ସହିତ ଧକ୍କା ହୋଇଥିଲା ଯାହା ଫଳରେ ଘଟଣାସ୍ଥଳରେ ବାଇକ ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ବାଇକରେ ଥିବା ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବରପାଇ ରାସଗୋବିନ୍ଦପୁର ଅଗ୍ନିଶମ ବିଭାଗ ପହଂଚି ତାଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାକୁ ନେଇଛନ୍ତି।ମୃତ ବ୍ୟକ୍ତିଙ୍କ ନାମ ଠିକଣା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହି। ଅନ୍ୟପକ୍ଷରେ ମୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.