ଓଡ଼ିଶା ହାଇକୋର୍ଟରେ ଦୁଇ ନୂଆ ବିଚାରପତି ନିଯୁକ୍ତ, ଉଭୟଙ୍କ ନାଁକୁ ସୁପ୍ରିମକୋର୍ଟ କଲେଜିୟମ କଲେ ସୁପାରିଶ

ଭୁବନେଶ୍ବର(କେନ୍ୟୁଜ୍):  ଓଡ଼ିଶା ହାଇକୋର୍ଟରେ ଦୁଇ ନୂଆ ବିଚାରପତି ନିଯୁକ୍ତ । ସଞ୍ଜୀବ କୁମାର ପାଣିଗ୍ରାହୀ ଓ ବିଭୁ ପ୍ରସାଦ ରାଉତରାୟ ହେବେ ହାଇକୋର୍ଟର ବିଚାରପତି । ଉଭୟଙ୍କ ନାଁକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି । ଏହି ନୂଆ ନିଯୁକ୍ତି ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୫ରେ ପହଞ୍ଚିବ । ଏବେ ହାଇକୋର୍ଟରେ ୧୩ ଜଣ ବିଚାରପତି ଅଛନ୍ତି । ଓଡ଼ିଶା ହାଇକୋର୍ଟରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭। ହାଇକୋର୍ଟରେ ପ୍ରାୟ ୧ ଲକ୍ଷ ୭୦ ହଜାର ମାମଲା ବିଚାରାଧିନ ରହିଛି। ପୂର୍ବରୁ ବିଚାରପତି ନିଯୁକ୍ତି ଦାବିରେ ବାର ଆସୋସିଏସନ ବାରମ୍ବାର ଆନ୍ଦୋଳନ କରିଥଲା । ଗତ ମେ ୭ ତାରିଖରେ ହାଇକୋର୍ଟରେ ବିଚାରପତି ନିଯୁକ୍ତ ପାଇଁ ମୁଖ୍ୟ ବିଚାରପତି ୮ ଜଣଙ୍କ ନାଁ ପ୍ରସ୍ତାବ ଦେଇଥିଲେ । ତେବେ ସଂଜୀବଙ୍କ ନାଁକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି । ସାବିତ୍ରୀ ରଥଙ୍କ ନାଁରେ ବର୍ତ୍ତମାନ ନିଷ୍ପତ୍ତି ହୋଇନାହିଁ । ଅନ୍ୟ ୬ ଆଇନଜୀବୀଙ୍କ ନାଁକୁ ଓଡିଶା HCକୁ ଫେରାଇଦେଇଛନ୍ତି । ସେହିପରି ୪ ଜୁଡିସିଆଲଙ୍କ ନାଁ ମଧ୍ୟରୁ ବିଭୁ ପ୍ରସାଦ ରାଉତରାୟଙ୍କୁ ବିଚାରପତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.