ଭୂସ୍ଖଳନରେ ୨ ଓଡିଆ ଡାକ୍ତର ନିଖୋଜ ଘଟଣା : କେରଳ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ଓଡ଼ିଶା ସରକାର

ଭୁବନେଶ୍ୱର : ୱାୟନାଡ଼ ଭୂସ୍ଖଳନରେ ୨ ଓଡିଆ ଡାକ୍ତର ନିଖୋଜ । ବୁଲିବାକୁ ଯାଇ କଟକ ଚୌଦ୍ବାରର ଦୁଇ ଡାକ୍ତର ବନ୍ଧୁ ବିଷ୍ଣୁପ୍ରସାଦ ଚିନ୍ନାରା ଓ ଡାକ୍ତର ସ୍ଵାଧୀନ ପଣ୍ଡା ନିଖୋଜ ଅଛନ୍ତି। ହେଲେ ବିଷ୍ଣୁପ୍ରସାଦଙ୍କ ପତ୍ନି ପ୍ରିୟଦର୍ଶିନୀ ପାଲ ଓ ଡାକ୍ତର ବାନ୍ଧବୀ ସ୍ଵୀକୃତି ମହାପାତ୍ରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଖବରକୁ ନେଇ ଚିନ୍ତାରେ ପରିବାର। ଏପଟେ ଘଟଣା ସଂପର୍କରେ କେରଳ ଏସଆରସିଙ୍କ ସହ ଓଡିଶା SRC ଆଲୋଚନା କରିଛନ୍ତି । କେରଳ ସରକାରଙ୍କ ସହ ରାଜ୍ୟ ସରକାର ଯୋଗାଯୋଗରେ ଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ କେରଳ ସରକାରଙ୍କ ସହ ଯୋଗାଯୋଗରେ କରାଯାଉଛି। ରାଜ୍ୟ ସରକାରଙ୍କୁ ମଧ୍ୟ ଏନେଇ ଅନୁରୋଧ କରାଯାଇଛି।

ସୂଚନା ଅନୁସାରେ ୨୬ ତାରିଖରେ ଉଭୟ ପରିବାର ବେଙ୍ଗାଳୁରୁ ବୁଲିବାକୁ ଯାଇଥିଲେ। ସେଠାରୁ ୱାୟନାଡ଼ ଯାଇ ଲିନରାଭିଲ୍ଲାେ ରହିଥିଲେ। ଗତକାଲି ରାତି ପ୍ରାୟ ୨ଟା ବେଳେ ଭୟଙ୍କର ଭୂସ୍ଖଳନ ହୋଇଥିଲା । ଏଥିରେ ହି ୪ ଜଣ ଭାସିଯାଇଥିଲେ । ତେବେ ପ୍ରିୟଦର୍ଶିନୀ ପାଲ ଓ ସ୍ଵୀକୃତି ମହାପାତ୍ରଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ବିଷ୍ଣୁ ପ୍ରସାଦ ଏବଂ ସ୍ଵାଧିନଙ୍କ କୌଣସି ପତ୍ତା ମିଳୁନାହିଁ ।

 

 

You might also like