ଆଜି ଓଡ଼ିଶାରେ ପହଞ୍ଚିବ ଦୁଇ ଓଡ଼ିଆ ଯବାନଙ୍କ ମର ଶରୀର , ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ

କେନ୍ୟୁଜ୍ : ଆଜି ଓଡ଼ିଶାରେ ପହଞ୍ଚିବ ଦୁଇ ଓଡ଼ିଆ ଯବାନଙ୍କ ମର ଶରୀର । ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଅଣାଯିବ । ସିଆରପିଏଫ୍‌ କ୍ୟାମ୍ପକୁ ନିଆଯାଇ ଗାର୍ଡ ଅଫ୍‌ ଅନର ଦିଆଯିବ । ଏହାପରେ ଯବାନଙ୍କ ଗାଁକୁ ପଠାଯିବ ମର ଶରୀର । ସେଠାରେ ସ୍ୱତନ୍ତ୍ର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ । ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ନିଆଳି ରତନପୁର ଗାଁର ମନୋଜ କୁମାର ସହିଦ ହୋଇଛନ୍ତି । ବାପା-ମାଆଙ୍କର ଏକମାତ୍ର ସନ୍ତାନ ଥିଲେ ମନୋଜ କୁମାର । ଦେଢମାସ ଘରେ ଛୁଟି କାଟିବା ପରେ ଗତ ୬ ତାରିଖରେ ଚାକିରିରେ ଯୋଗ ଦେଇଥିଲେ । ଗତକାଲି ମନ୍ତ୍ରୀ ପ୍ରତାପ ଜେନା ଓ ଚନ୍ଦ୍ରସାରଥୀ ବେହେରା ମନୋଜ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ।