ବିଷାକ୍ତ ଛତୁଆ ଖାଇ ଗୋଟିଏ ପରିବାରର ୨ ମୃତ, ୨ ଗୁରୁତର

ଗଜପତି: ବିଷାକ୍ତ ଛତୁଆ ଖାଇ ଗୋଟିଏ ପରିବାରର ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଗୁରୁତର ହୋଇଥିବା ଜଣାଯାଇଛି । ମୃତକ ଦୁଇ ଭଉଣୀ ହେଲେ ତୁଳସୀ ବଡମୁଣ୍ଡି(୬) ଏବଂ ଗୁଣବତୀ ବଡମୁଣ୍ଡି (୩) । ଗଜପତି ଜିଲ୍ଲା ରାମଗିରିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ବାପା ଅର୍ଜୁନ ଓ ବଡ଼ ଝିଅ ସୁମିତ୍ରାଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ରାମଗିରି ହାଟପଦା ଅଙ୍ଗନବାଡ଼ିରୁ ମିଳିଥିବା ଛତୁଆ ଖାଇଥିବା ଅଭିଯୋଗ ହୋଇଛି ।