ରାଜଧାନୀରେ ଆତଙ୍କ ଖେଳେଇ ଥିବା ହାପି ଗ୍ୟାଙ୍ଗର ୨ ଜଣ ଗିରଫ, ମୁଖ୍ୟ ଅଭିଯୁକ୍ତ ସହ ୬ ଫେରାର

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ନୂଆ କରି ମୁଣ୍ଡ ଟେକୁଥିବା ହାପୀ ଗ୍ୟାଙ୍ଗର ୨ ସଦସ୍ୟଙ୍କୁ  ଗିରଫ କଲା ଧଉଳି ଥାନା ପୋଲିସ । ଗତ ୨୮ ତାରିଖରେ ଶିଶୁପାଳ ଗଡ ଗାଁ ଭିତରେ ହାପି ଗ୍ୟାଙ୍ଗର ୪ଟି ବାଇକରେ ୯ଜଣ ମୁଖାପିନ୍ଧା ଯୁବକଙ୍କ ଆତଙ୍କରାଜ ସାମ୍ନାକୁ ଆସିଥିଲା। ହାତରେ ଖଣ୍ଡା ବନ୍ଧୁକ ଭଳି ମାରଣାସ୍ତ୍ର ଧରି ଶିଶୁପାଳ ଗଡ଼ ଛକରୁ ଗାଁ ପର୍ଯ୍ୟନ୍ତ ଖେଳାଇ ଥିଲା ଆତଙ୍କ ରାଜ । ୫ ଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲ । ସିସିଟିଭିରେ କାଏଦ ହେଇଥିଲା ଘଟଣା ବେଳେ ର ସମସ୍ତ ଚିତ୍ର ।

ଖୁଲାମ ଖୋଲା ଆକ୍ରମଣ କରିବା ସହ ବାଇକକୁ ଖଣ୍ଡାରେ ହାଣୁଥିଲେ। ନା ଥିଲା ଆଖିରେ ଡର ନା ଥିଲା ପୋଲିସକୁ ଭୟ । ଆକ୍ରମଣ କରିବା ସହ ଭଙ୍ଗା ରୁଜା ଘଟଣା ତଦନ୍ତ କରୁଥିଲା ଧଉଳି ପୋଲିସ । ଘଟଣାର ୬ ଦିନ ପରେ ୨ ଜଣକୁ ଗିରଫ କଲା ପୋଲିସ। ୨ ଜଣ ହେଲେ ଗୋପୀନାଥ ରାଉତ ଓ ଓମ ପ୍ରକାଶ ମହାନ୍ତି । ସେମାନଙ୍କ ଠାରୁ ବିଭିନ୍ନ ଅପରାଧିକ କାର୍ଯ୍ୟରେ ବ୍ୟବହୃତ ହେଉଥିବା ଖଣ୍ଡା ଜବଦ କରିଛି ପୋଲିସ ।

ଖାଲି ସେତିକି ନୁହେଁ ଅଭିଯୁକ୍ତ ମାନେ ଭୟଙ୍କର ରିଲସ କରି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛନ୍ତି । ମିଛ ଭିଡିଓରେ ସତ ଆତଙ୍କର ଦୃଶ୍ୟ ସମ୍ନାକୁ ଆସିଛି । ହାପି ସୋସିଆଲ ମିଡ଼ିଆରେ ଯୋକର୍ସ ଗ୍ୟାଙ୍ଗ ନାରେ ଖୋଲିଛି ଆଇଡି। ଆଉ ଏଥିରେ ଆତଙ୍କ ଖେଲେଇଲା ଭଳି ଭିଡିଓ ପୋଷ୍ଟ କରୁଥିଲା।  ଏବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ହାପି ସହ ୬ ଜଣ ଏବେ ଫେରାର ଥିବା ବେଳେ ବିଭିନ୍ନ ଜାଗାରେ ପୋଲିସର ତଦନ୍ତ ଜାରି ରଖିଛି ।

ହାପି କମ ବୟସର ପିଲାଙ୍କ ନିଜ ଗ୍ୟାଙ୍ଗ ରେ ସାମିଲ କରୁଥିବା ପୋଲିସ ଜାଣିବାକୁ ପାଇଛି । ବିଶେଷ କରି ୧୮- ୨୫ ବର୍ଷର ର ଯୁବକ ମାନଙ୍କୁ ଟାର୍ଗେଟ କରେ ହାପି। ହାପି ନା ରେ ରହିଛି ଲୁଟ୍, ହତ୍ୟା ଭଳି ସଙ୍ଗୀନ ଅଭିଯୋଗ । ପୁର୍ବରୁ ଗିରଫ ବେଳେ ପୋଲିସଙ୍କ ହାତକୁ କାମୁଡି ଦେଇଥିଲା ହାପି। ଏବେ ହାପି ଧାରା ପଡିବା ପରେ ଜୋକର୍ସ ଗ୍ୟାଙ୍ଗ ମୂଳପୋଛ କରିବ ପୋଲିସ ।