ପାଳଗଦାରେ ନିଆଁ ଲାଗି ୨ ଜୀବନ୍ତ ଦଗ୍ଧ ଘଟଣା, ୪ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଣ୍ଟାମାଳ : ବୌଦ୍ଧ ବାଉଁଶୁଣି ବ୍ଲକରେ ପାଳଗଦାରେ ନିଆଁ ଲାଗି ୨ ନାବାଳକ ଜୀବନ୍ତ ଦଗ୍ଧ ଘଟଣା । ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏଥିସହ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କଣ୍ଟାମାଳ ବାଉଁଶୁଣି ଥାନା ବଲାକିରା ଗାଁରେ ଅଘଟଣ ଘଟିଛି । ଜଣେ ୮ ବର୍ଷ ଓ ଜଣେ ୫ ବର୍ଷର ବାଳକ । ସମ୍ପର୍କରେ ସେମାନେ ମାମୁ ଓ ଭଣଜା । ମୃତ ନାବାଳକ ମାମୁଁ ଭଣଜା ହେଲେ କ୍ରୀଷ୍ଣା ଭୋଇ ଓ କ୍ରୀଷ୍ଣା ଊର୍ମା ।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ଶୀତରୁ ରକ୍ଷା ପାଇବା ପାଇଁ ପାଳ ଗଦାରେ ନିଆଁ ଲଗାଇଥିଲେ ।  ସଂପୂର୍ଣ୍ଣ ପାଳଗଦାରେ ନିଆଁ ଲାଗିଯିବାରୁ ସେମାନେ ଜଳିଯାଇଥିଲେ । ନିଆଁ ଲିଭିବା ବେଳକୁ ନାବାଳକ ମାମୁଁ ଭଣଜାଙ୍କୁ ଗୁରୁତର ଅବସ୍ଥାରେ ଦେଖିବାକୁ ପାଇଥିଲେ ପରିବାର ଲୋକେ । ସେମାନଙ୍କୁ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।