ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରା ମାଡ, ୨ ଗୁରୁତର

ଗଞ୍ଜାମ(ଭୁବନେଶ୍ବର) :  ଛୁରି ମାରିଦେଲେ ଦୁର୍ବୃତ୍ତ । ଆକ୍ରମଣରେ ଦୁଇ ଜଣ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ଯନଗର ସହରର ମର୍ଦ୍ଦରାଜ ହାଇସ୍କୁଲ ଛକରେ । ଗୁରୁତରମାନେ ହେଲେ ପାଇକାଯମୁନା ଗାଁର ଟୁକୁନା ବିଶୋୟୀ ଓ ଟୁକୁନା ବିଶୋୟୀ । ସେମାନଙ୍କୁ ପ୍ରଥମ କବିସୂର୍ଯ୍ଯନଗର ହସ୍ପିଟାଲ ଓ ପରେ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି । ଦୁହିଁଙ୍କର ଶରୀର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ୩ ଜଣ ଦୁର୍ବୃତ୍ତ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଠିକାକାମରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।