ମୟୂରଭଞ୍ଜ: ଭାରସାମ୍ଯ ହରାଇ ରାସ୍ତା ଉପରେ ଓଲଟିଲା ବସ୍, ୨ ଗୁରୁତର

ମୟୂରଭଞ୍ଜ(କେନ୍ଯୁଜ): ବାରିପଦାରୁ ଭୀମଦା ଅଭିମୁଖେ ଯାଉଥିବା ଭରବତୀ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଭାରସାମ୍ଯ ହରାଇ ରାସ୍ତା ଉପରେ ଓଲଟି ଯିବା ଫଳରେ ବସ୍ କର୍ମଚାରୀ ଗୁରୁତର ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ମୁତାବକ, ରବିବାର ସଂଧ୍ୟା ପ୍ରାୟ ୭ ଟା ସମୟରେ ବାରିପଦାରୁ ଭୀମଦା ଅଭିମୁଖେ ଯାଉଥିବା ଭଗବତୀ ନାମକ ଏକ ଘରୋଇ ବସ କୁଶଳଦା ଫାଣ୍ଡି ଅଧିନ ଶିମିଳାବନ୍ଦ ଛକ ନିକଟରେ ରାସ୍ତା ଉପରେ ଓଲଟି ପଡ଼ିବା ଯୋଗୁଁ ବସ ରେ ଥିବା ଯାତ୍ରୀମାନେ ନିଶ୍ଚିତ ଏକ ବଡ଼ ଦୁର୍ଘଟଣାରୁ ବତ୍ତିର୍ତ୍ତିଯାଇଥିବା ବେଳେ ବସର କଣ୍ଡକ୍ଟର ଏବଂ ହେଲପର ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଆହତ ଦୁଇ ବସ କର୍ମଚାରୀଙ୍କୁ କୁଶଳଦା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଦୁର୍ଘଟଣା ପରେ ବସ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାଯାଇଛି ।

ତେବେ ପାନୀୟ ଜଳ ପ୍ରକଳ୍ପ ର୍ନିମାଣକୁ ନେଇ ରାସ୍ତା ପାର୍ଶ୍‌ରେ ଖୋଳାଯାଇଥିବା ଏବଂ ରାସ୍ତାର କେତେକାଂଶ ଉପରେ ଖୋଳାଯାଇଥିବା ମାଟି ଜମି ରହିଥିବାରୁ ଏହି ଦୁର୍ଘଟଣା ଘଟିଥିବା ନେଇ ଆଲୋଚନା ହେଉଛି । ଦୁର୍ଘଟଣା ପରେ ବସଟି ରାସ୍ତା ଉପରେ ଓଲଟି ପଡ଼ିଥିବା ଯୋଗୁଁ ଯାତାୟତ ଏକ ପ୍ରକାର ଠପ୍ ହୋଇ ପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.