ଜମିଜମା ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ: ଖଣ୍ଡା, ଠେଙ୍ଗା ମାଡ଼ରେ ୨ ଗୁରୁତର

ବାଲେଶ୍ଵର(କେନ୍ୟୁଜ୍): ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ହିଡି ଗାଁରେ ଜମିଜମା ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ ସହ ଘର ଭଙ୍ଗାରୁଜା ଓ ଲୁଟ ପାଟ । ବିପକ୍ଷ ଗୋଷ୍ଠୀର ଖଣ୍ଡା, ତଲୱାର ,ଠେଙ୍ଗା ମାଡ଼ରେ ଦୁଇ ଗୁରୁତର ହୋଇଥିବା ବେଳେ, ସେମାନଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି ।

ଗୁରୁତର ମାନେ ହେଲେ ଚାନ୍ଦିପୁର ଥାନା ଅନ୍ତର୍ଗତ ହିଡି ଗାଁର ସେକ ଅସରୁଲ ଓ ସେକ କମରୁଲ । ଆଜି ସକାଳୁ ପୂର୍ବ ଶତ୍ରୁତା ଓ ଜମିଜମା ବିବାଦ କାରଣରୁ ୩୦ ରୁ ୪୦ ଜଣ ଲୋକ ସେକ ଅସରୁଲ ଓ ସେକ କମରୁଲଙ୍କ ଘର ଉପରକୁ ଆକ୍ରମଣ କରିଥିଲେ । ଫଳରେ ଦୁର୍ବୃତ୍ତ ମାନେ ଉଭୟଙ୍କ ଘର ଓ ଆସବାବ ପତ୍ରକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଦେଇଥିବା ବେଳେ, ପଡୋଶୀ ଭଡ଼ା ଟିଆ ମଧ୍ୟ ଆକ୍ରମଣକାରୀଙ୍କ କବଳରୁ ବର୍ତ୍ତି ନଥିଲେ ।

ଘରେ ପଶି ଦୁର୍ବୃତ୍ତ ମାନେ ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଥିବା ଚାନ୍ଦିପୁର ଥାନାରେ ଅଭିଯୋଗ ହୋଇଛି । ତେବେ ଦୁଇ ମାସ ପୂର୍ବରୁ ଘଟଣାକୁ ନେଇ ସୂତ୍ରପାତ ଘଟିଥିବା ବେଳେ ଆଜି ପୁଣି ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିଲେ। ଅନ୍ୟପଟେ ଚାନ୍ଦିପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.