ବାଲେଶ୍ବର: ସୋରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୁତ୍ଯୁ

ସୋର(କେନ୍ୟୁଜ୍): ସୋରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା।  ୧୬ନଂ ଜାତୀୟ ରାଜପଥ ବିଦୁର ପେଟ୍ରୋଲ ପମ୍ପ ନିକଟରେ ଏକ ଅଜଣା ଗାଡି ଧକ୍କାରେ  ଦୁଇ ବୁଲେଟ ଆରୋହୀଙ୍କ ମୁତ୍ଯୁ ଘଟିଛି। ମିଳିଥିବା ସୂଚନା ମତାବକ ବାଲେଶ୍ଵର ଜିଲ୍ଲା ସୋର ଥାନା ଦାଣ୍ଡହରିପୁର ଆରୁହା ଗ୍ରାମର ସୁଦର୍ଶନ ମହାନା ଓ ତାଙ୍କୁ ଶଢୁ କନ୍ଯା ଦେଖି ଫେରିବା ବେଳେ ଦୁର୍ଘଟଣାର  ଶିକାର ହୋଇଥିଲେ।  ସୁଦର୍ଶନ ବାହାନଗା କଲେଜର କ୍ଲର୍କ ଭାବେ କାର୍ଯ୍ୟ କରନ୍ତି। ଅନ୍ଯ ଜଣଙ୍କର ପରିଚୟ ମିଳି ପାରିନାହିଁ। ଦୁର୍ଘଟଣା ପରେ ଘଟଣା ସ୍ଥଳରେ  ଉତ୍ତେଜନାକୁ ଦେଖି ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ ।