ବିଶିଷ୍ଟ ସେବା ପାଇଁ ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ମେଡାଲ୍‌

କେନ୍ୟୁଜ୍(ବ୍ୟୁରୋ): ବିଶିଷ୍ଟ ସେବା ପାଇଁ ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ମେଡାଲ୍‌ । ସିଏମ୍‌ଓ ସ୍ୱତନ୍ତ୍ର ସଚିବ ତଥା ବରିଷ୍ଠ ପୋଲିସ ଅଧିକାରୀ ଡି. ଏସ୍‌. କୁଟ୍ଟେଙ୍କୁ ମିଳିବ ବିଶିଷ୍ଟ ସେବା ପଦକ । ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି. ଏସ୍‌. କୁଟ୍ଟେ । ପୂର୍ବରୁ ସେ ଯାଜପୁର, ରାଉରକେଲା ଓ ଗଜପତି ଜିଲ୍ଲାରେ ଏସପି ଥିଲେ। କେନ୍ଦ୍ରାଞ୍ଚଳ ଆଇଜି ଓ ଗୁଇନ୍ଦା ବିଭାଗ ଆଇଜି ଭାବରେ କାର୍ଯ୍ୟ କରିଛନ୍ତି । ଏହାସହ କଟକ ଭିଜିଲାନ୍‌ସ ନିର୍ଦ୍ଦେଶାଳୟରେ ଥିବା କନେଷ୍ଟବଳ ପ୍ରହ୍ଲାଦ କୁମାର ରାଉତଙ୍କୁ ବିଶିଷ୍ଟ ସେବା ପାଇଁ ମିଳିବ ରାଷ୍ଟ୍ରପତି ପୋଲିସ ମେଡାଲ। ନିଷ୍ଠାର ସହ କାମ କରୁଥିବାରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

ଉତ୍ସର୍ଗୀକୃତ ସେବା ଲାଗି ଯେଉଁମାନେ ପୋଲିସ ମେଡାଲ ପାଇବେ ସେମାନେ ହେଲେ, ସୁନ୍ଦରଗଡ଼ ଭିଜିଲାନ୍‌ସ ଡିଭିଜନର ଡିଏସ୍‌ପି ସୁଧାଂଶୁ ଶେଖର ପୂଜାରୀ, ରାଉରକେଲା ଓଏସ୍‌ଏପି ଚତୁର୍ଥ ବାଟାଲିଆନ୍‌ର ସିପାହୀ ପ୍ରଦୀପ କୁମାର ବେହେରା,ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ଡ୍ରିଲ ଇନ୍‌ସ୍ପେକ୍ଟର ଅନିଲ କୁମାର ମିଞ୍ଜ, ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋର ଏଏସ୍‌ଆଇ ବିଜ୍ଞାନ ଭୂଷଣ ମହାନ୍ତି, ବ୍ରହ୍ମପୁର ଭିଜିଲାନ୍‌ସ ଡିଭିଜନର ଏସ୍‌ଆଇ ଯୁଗଳ କିଶୋର ପ୍ରଧାନ, ଭୁବନେଶ୍ୱର ସିକ୍ୟୁରିଟି ୱିଙ୍ଗର ଇନ୍‌ସ୍ପେକ୍ଟର ଅରୁଣ ବଳିଆରସିଂ, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ଡେପୁଟୀ କମାଣ୍ଡାଣ୍ଟ ଜ୍ଞାନେନ୍ଦ୍ର କୁମାର ଦାଶ, ଭୁବନେଶ୍ୱର ଏସିପି ହିଂମାଶୁ ଭୂଷଣ ସ୍ୱାଇଁ, ବରଗଡ଼ ଅତିରିକ୍ତ ଏସ୍‌ପି ପ୍ରଦ୍ୟୁମ୍ନ କୁମାର ମିଶ୍ର ଓ ଭଦ୍ରକ ଅତିରିକ୍ତ ଏସ୍‌ପି ଜିତେନ୍ଦ୍ର କୁମାର ପଣ୍ଡା।.