ବରୀ ତନ୍ତୀ ଘାଇରେ ଡ଼ଙ୍ଗା ବୁଡି ୨ନାବାଳିକା ନିଖୋଜ ଘଟଣା, ଉଦ୍ଧାର ହେଲା ୨ଭଉଣୀଙ୍କ ମୃତଦେହ

ଦୁଇଦିନ ତଳେ ସମ୍ପର୍କୀୟ ମାମୁଁ ଘରର ବିବାହ ଭୋଜିରେ ଯୋଗଦେବାକୁ ଏକ ହୁଲି ଡ଼ଙ୍ଗାରେ ନାଉରିଆ ସମେତ ୬ଜଣ ନଦୀ ପାର ହେଉଥିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡିଥିଲା। ଏହି ସମୟରେ ସ୍ଥାନୀୟ ଲୋକେ ୩ଜଣଙ୍କୁ ଉଦ୍ଧାର କରିଥିବା ବେଳେ ନାଉରିଆ ପହଁରି କୂଳରେ ପହଞ୍ଚିଥିଲେ।

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ବରୀ ବ୍ଲକ ସଙ୍ଗୁଗଦେଇପୁର ନିକଟ ତନ୍ତୀ ଘାଇରେ ଡଙ୍ଗା ବୁଡି ୨ଜଣ ନାବାଳିକା ନିଖୋଜ ଘଟଣା। ନିଖୋଜ ୨ନାବାଳିକା ଭଉଣୀଙ୍କ ମୃତଦେହ ଉଦ୍ଧାର। ମୃତକ ହେଲେ ସଙ୍ଗୁଅଗଦେଇପୁର ଗ୍ରାମର ଇନ୍ଦ୍ରମଣି ପାତ୍ରଙ୍କ ୨ ଝିଅ ସାଗରିକା ଓ ସଂଘମିତ୍ରା। ଗତକାଲି ରାତିରେ ବଡ଼ ଭଉଣୀ ସାଗରିକା ପାତ୍ରଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ସକାଳୁ ସାନ ଭଉଣୀ ସଂଘମିତ୍ରlର ମୃତ ଦେହ ଉଦ୍ଧାର ହୋଇଛି। ଦୁଇଦିନ ତଳେ ସମ୍ପର୍କୀୟ ମାମୁଁ ଘରର ବିବାହ ଭୋଜିରେ ଯୋଗଦେବାକୁ ଏକ ହୁଲି ଡ଼ଙ୍ଗାରେ ନାଉରିଆ ସମେତ ୬ଜଣ ନଦୀ ପାର ହେଉଥିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗାଟି ବୁଡିଥିଲା।

ଏହି ସମୟରେ ସ୍ଥାନୀୟ ଲୋକେ ୩ଜଣଙ୍କୁ ଉଦ୍ଧାର କରିଥିବା ବେଳେ ନାଉରିଆ ପହଁରି କୂଳରେ ପହଞ୍ଚିଥିଲେ। ତେବେ ଡଙ୍ଗାରେ ଥିବା ୨ନାବାଳିକା ପାଣିରେ ବୁଡି ନିଖୋଜ ହୋଇଥିଲେ। ବରୀ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଂଚି ବହୁ ଖୋଜାଖୋଜି କରିଥିଲେ। ତେବେ ଗତକାଲି ରାତିରେ ସାଗରିକାଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ସକାଳୁ ସଂଘମିତ୍ରାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ବରୀ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.