ମୟୁରଭଞ୍ଜ:ଘର ଭିତରୁ ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତନାଘନା ଜାରି

ରାଇରଙ୍ଗପୁର(କେନ୍ୟୁଜ୍):  ଘର ଭିତରୁ ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା କୁମରୁମ ଗାଁରେ । ମୃତକ ଦୁଇ ଜଣ ସମ୍ପର୍କୀୟ ଭଉଣୀ । ସାନ କୁମୁରମ ଗାଁର ମନିଶା ଆଲଦା ଏବଂ ଝାଡ଼ଖଣ୍ଡ ଲାଗଳା ଗାଁର ତାଙ୍କ ପିଉସୀ ଝିଅ ସୁନୀତା ବାଦ୍ରା କିଛି ଦିନ ହେବ ମାମୁଁ ଘରେ ରହୁଥିଲେ । ତେବେ ପରିବାର ଲୋକେ ବାହାରକୁ ଯାଇଥିବା ଉଭୟ ଭଉଣୀ ଘର ଭିତରେ ଏକୁଟିଆ ଥିଲେ । ତାଙ୍କ ସହ ଏକ ଛୋଟ ପିଲା ମଧ୍ୟ ଥିଲା ।

ପିଲାଟିର କାନ୍ଦ ଶୁଣି ପାଖ ପଡ଼ୋଶୀ ଲୋକେ କବାଟ ଖୋଲିବାକୁ ଚେଷ୍ଟା କରିଥିବା ବେଳେ ଭିତର ପଟୁ ବନ୍ଦ ଥିବାରୁ ଚାଳ ଭାଙ୍ଗି ଘର ଭିତରକୁ ପଶିଥିଲେ । ଏହି ସମୟରେ ଦୁଇ ଭଉଣୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.