Categories: ରାଜ୍ୟ

ହୋଇ ପାରିଲାନି ବୁଧେଇ ଓଷା, ବିଦ୍ୟୁତ ଆଘାତରେ ଚାଲିଗଲା ଦୁଇ ଯାଆଙ୍କ ଜୀବନ

ଭୁବନେଶ୍ବର (କେନ୍ୟୁଜ୍) : ଦୁଇ ଯା’ଙ୍କର ହୋଇ ପାରିଲାନି ବୁଧେଇ ଓଷା । ପିଲାଏ ବି ମା ହାତରୁ ପିଠା ଖାଇ ପାରିଲେନି । ଅକାଳରେ ଚାଲିଗଲା ଜୀବନ । ବିଦ୍ୟୁତ୍ ଆଘାତରେ ଦୁଇ ଜଣ ମହିଳା ପ୍ରାଣ ହରାଇଛନ୍ତି । ଆଜି ଅପରାହ୍ନରେ ଭୁବନେଶ୍ବର ୟୁନିଟ୍-୯ ଫ୍ଲାଟ୍ ବାୟାବାବା ମଠ ନିକଟରେ ଘଟିଛି ଏହି ଘଟଣା । ଜ୍ୟୋତ୍ସାରାଣୀ ନାମ୍ନୀ ମହିଳା ଜଣକ ଘର ପାଖରେ ଲୁଗା ଶୁଖାଇବାକୁ ଯାଇ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଏକଥା ଜାଣି ନପାରି ତାଙ୍କ ବଡ଼ ଯାଆ ପ୍ରତିମା ବେହେରା ଜ୍ୟୋତ୍ସାରାଣୀଙ୍କୁ ତଳେ ପଡ଼ି ଯାଇଥିବା ଭାବି ଉଠାଇବା ବେଳେ ସେ ମଧ୍ୟ ବିଦ୍ୟୁତ ଆଘାତର ଶିକାର ହୋଇ ସେହିଠାରେ ମୃତ୍ୟୁ ବରଣ କରିଥିଲେ ।

ସେପଟେ ପଡ଼ିଶା ଘରର ମହିଳା ଜଣକ ବୁଧେଇ ଓଷା କରିବା ଲାଗି ସେମାନଙ୍କ ଡାକିବାକୁ ଯାଇ ଦେଖିଲା ବେଳକୁ ଦୁଇ ଯାଆ ତଳେ ପଡ଼ିଥିଲେ । ଏହା ପରେ ଘର ଲୋକ ଖବର ପାଇଥିଲେ । ୟୁନିଟ୍-୯ ସ୍ଥିତ ଘରେ ତିନି ଭାଇ ରହୁଥିଲେ । ଏହି ଦୁଇ ମୃତ ମହିଳାଙ୍କର ଗୋଟିଏ ଲେଖାଏଁ ପୁଅ ଓ ଝିଅ ଅଛନ୍ତି । ସେମାନଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲ ହଣା ଯାଇଥିଲା । ସେଠି ସେମାନଙ୍କ ସ୍କୁଲ ଫେରନ୍ତା ପିଲାମାନଙ୍କ କାନ୍ଦବୋବାଳିରେ ଫାଟି ପଡ଼ିଥିଲା ହସପିଟାଲ ପରିସର । ପୋଲିସ୍ ଘଟଣାର ତଦନ୍ତ କରୁଛି । ଲୁଗା ଶୁଖାଇବା ତାରରେ କୌଣସି କାରଣରୁ ବିଦ୍ୟୁତ୍ ତାର ଲାଗି ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି ।

KNews Bureau

Recent Posts

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

14 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

22 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

28 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

36 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

39 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

46 mins ago