ଗୁଜରାଟରେ ହେବ ୩୮ତମ ସବ୍‌ ଜୁନିଅର ଜାତୀୟ ସ୍ୱିମିଂ ଚାମ୍ପିଅନସିପ୍‌: ଭାଗ ନେବେ କିସ୍ ଛାତ୍ର କାହ୍ନୁ ସୋରେନ୍‌ ଓ ଟିକେଶ୍ୱର ମାଝୀ  

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୨୪ରୁ ୨୬ ତାରିଖ ମଧ୍ୟରେ ଗୁଜରାଟର ରାଜକୋଟଠାରେ ଅନୁଷ୍ଠିତ ହେବାକୁ ଥିବା ୩୮ତମ ସବ୍‌ ଜୁନିଅର ଜାତୀୟ ସ୍ୱିମିଂ ଚାମ୍ପିଅନସିପ୍‌ରେ ଭାଗ ନେବା ପାଇଁ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍‌ସ -କିସର ୨ ସନ୍ତରଣକାରୀ ମନୋନୀତ ହୋଇଛନ୍ତି। କିସ ଛାତ୍ର କାହ୍ନୁ ସୋରେନ୍‌ ଓ ଟିକେଶ୍ୱର ମାଝୀ ଏହି ପ୍ରତିଯୋଗିତାରେ ଭାଗ ନେବେ।

ନିକଟରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାଳକ-ବାଳିକା ସନ୍ତରଣ ପ୍ରତିଯୋଗିତାରେ ଭାଗ ନେଇ ଉଭୟ ଯୋଗ୍ୟତା ହାସଲ କରିଛନ୍ତି। ଏଥି ସହିତ କିଟ୍‌ ଓ କିସ୍‌ର ସ୍ୱିମିଂ କୋଚ ଦୀପଙ୍କର ଦାସ ମଧ୍ୟ ଓଡ଼ିଶା ତରଫରୁ କୋଚ୍‌ ଭାବେ ମନୋନୀତ ହୋଇଛନ୍ତି। ଏ ନେଇ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.