ନଦୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ, ବଲ ଆଣିବାକୁ ଯାଇ ବୁଡ଼ିଯାଇଥିଲେ
![drowned](https://knewsodisha.com/wp-content/uploads/2020/07/drowned.jpg)
ରାୟଗଡ଼ା : ନଦୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ । ରାୟଗଡ଼ା ସହର ନାଗାବଳୀ ନଦୀରେ ବୁଡି ୨ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସହର ଉପକଣ୍ଠରେ ଥିବା ନାଗାବଳୀ ନଦୀରେ ବୁଡି ଏକ କନଭେଣ୍ଟ ସ୍କୁଲର ଦୁଇଜଣ ଛାତ୍ର ମୃତ୍ୟୁବରଣ କରିଛନ୍ତି । ଖବର ପାଇ ଦମକଳ ବାହିନୀ ଦୁଇ ଛାତ୍ରଙ୍କୁ ଉଦ୍ଧାର କରିଛନ୍ତି ।
ମୃତକ ଦୁଇ ଜଣ ହେଲେ ଶ୍ରୀନୁ କୁମାର ଯାଦବ ଓ ଭର୍ଗବ ଚରଣ । ଉଭୟ ଷଷ୍ଠ ଶ୍ରେଣୀର ଛାତ୍ର । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଅଭିଭାବକ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି। ଘରେ କାହାକୁ ନକହି ଛାତ୍ରମାନେ ଝୁଲା ପୋଲକୁ ବୁଲିବାକୁ ଆସିଥିଲେ ।
ପାଣିରେ ବଲ୍ ଖେଳୁଥିଲେ । ଜଣେ ବଲ ଆଣିବାକୁ ଯାଇ ବୁଡିଯିବା ପରେ ଅନ୍ୟ ଜଣେ ଉଦ୍ଧାର କରିବାକୁ ଯାଇ ମୃତ୍ୟୁବରଣ କରିଛନ୍ତି । ଝୁଲା ପୋଲ ନିକଟରେ ଏହିଭଳି ଘଟଣା ନିୟମିତ ହେଲାଣି ।