ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ୨ ଛାତ୍ର, ଉଦ୍ଧାର କରିବାକୁ ଯାଇ ପ୍ରଧାନଶିକ୍ଷକ ବି ଗୁରୁତର

ସୋର (କେନ୍ୟୁଜ): ବିଦ୍ୟୁତ ଆଘାତରେ ଦୁଇ ଛାତ୍ର ଗୁରୁତର । ଜୀବନକୁ ବାଜି ଲଗାଇ ଦୁଇ ଛାତ୍ରଙ୍କୁ ଉଦ୍ଧାର କଲେ ପ୍ରଧାନ ଶିକ୍ଷକ । ଦୁଇ ଛାତ୍ରଙ୍କ ସହ ପ୍ରଧାନ ଶିକ୍ଷକ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ସୋରରୁ ବାଲେଶ୍ବରକୁ ସ୍ଥାନାନ୍ତର କରାଯାଇଛି ।

ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ୧୯ ନଂ ୱାର୍ଡ ତେଲିଅଗଞ ନଛିପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ଛିଡି ପଡିଥିବା ଓ ବିଦ୍ୟୁତ ନଟ୍ ବୋଲ୍ଟ ପଡିଥିବା ଦୁଇ ଜଣ ସପ୍ତମ ଶ୍ରେଣି ଛାତ୍ର ସେଠାକୁ ଯାଇଥିଲେ । ଫଳରେ ବିଦ୍ୟୁତ୍ ଆଘାତ ଲାଗିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ମହାନ୍ତି ଦୁଇ ଛାତ୍ରଙ୍କୁ ନିଜ ଜୀବନକୁ ବାଜି ଲଗାଇ ଉଦ୍ଧାର କରିଥିଲେ । ବିଦ୍ୟୁତ୍ ଆଘାତରେ ଦୁଇ ଛାତ୍ରଙ୍କ ସମେତ ପ୍ରଧାନ ଶିକ୍ଷକ ମଧ୍ୟ ଗୁରୁତର ଆହାତ ହୋଇଛନ୍ତି ।

ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତରଖାନା ଆଣିଥିଲେ ସେଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବିଦ୍ୟାଳୟରୁ ଗତକାଲି ରାତିରେ ପାଣିବୁହା ମେସିନ୍ ଚୋରି କରିବାକୁ ଉଦ୍ୟମ କରି ଚୋର ମାନେ ଛାଡି ଚାଲିଯାଇଥିବା ଏଭଳି ତାର ଓ ନଟ୍ ବୋଲ୍ଟତଳେ ପଡିଥିବା ବିଦ୍ୟାଳୟର ଶିକ୍ଷୟତ୍ରି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.