ରାୟଗଡା : RTO ଅଫିସରୁ ୨ କିରାଣୀ ଗିରଫ, ଲାଗିଛି ଆଇପିସିର ଦଫା

ରାୟଗଡ଼ା (କେନ୍ୟୁଜ୍) : RTO ଅଫିସରୁ ୨ କିରାଣୀ ଗିରଫ । ଦଲାଲଙ୍କ ସହ କିରାଣୀଙ୍କ ସମ୍ପର୍କ ଅଭିଯୋଗ ପରେ ରାୟଗଡା ଟାଉନ ଥାନା ପୋଲିସ ଉଭୟଙ୍କୁ ଗିରଫ କରିଛି । ଗିରଫ ଦୁଇ କିରାଣୀ ହେଲେ ଜିତେନ୍ଦ୍ର କୁମାର ଧର ଓ ଦେବେନ୍ଦ୍ର ମଙ୍ଗରାଜ । ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କ ବିରୋଧରେ ଆଇପିସିର ଦଫା ଲାଗିଛି । ଦୁଇ କିରାଣୀଙ୍କ ସମେତ ୮ ଦଲାଲଙ୍କୁ ବି ଗିରଫ କରଯାଇଛି ।