ଦୁର୍ଘଟଣା ପରେ ବ୍ରିଜରୁ ତଳକୁ ଖସିଲା ୨ ଟ୍ରକ୍, ୨ ଗୁରୁତର

ଭଦ୍ରକ : ବ୍ରିଜରୁ ତଳକୁ ଖସିଲା ଟ୍ରକ୍ । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଗେଲପୁର ଓଭରବ୍ରିଜ ନିକଟରେ ଦୁଇଟି ଟ୍ରକ ଧକ୍କା ହୋଇ ବ୍ରିଜ ତଳକୁ ଖସି ପଡିଥିଲା । ଉଭୟ ଟ୍ରକର ଡ୍ରାଇଭର ସହ ଜଣେ ହେଲପର ଗୁରୁତର ହୋଇଛନ୍ତି । ୩ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
ଗତକାଲି ବିଳମ୍ବିତ ରାତିରେ ବ୍ରିଜ୍ ଉପରେ ଏକ ବିଦ୍ୟୁତ୍ ସାମଗ୍ରୀ ଓ ଏକ ବଡ ଡିଜି ସେଟ୍ ଭର୍ତ୍ତି ହୋଇ କଣ୍ଟେନରଟି ଛିଡା ହୋଇଥିଲା । ଏତିକିବେଳେ ଏକ ବାଲି ବୋଝେଇ ଟ୍ରକ ପଛରୁ କଣ୍ଟେନରକୁ ଧକ୍କା ଦେଇଥିଲା । ଫଳରେ ଦୁଇ ଟି ଟ୍ରକ ବ୍ରିଜ୍ ତଳକୁ ଖସି ପଡିଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
ଆହୁରି ପଢ଼ନ୍ତୁ : ପୁଣି ମୋ ବସ ଧକ୍କା, ୨ ଯୁବକ ଗୁରୁତର