ଆସନ୍ତାକାଲିଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା, ୧୨ ହଜାର ଅଧ୍ୟାପକ-ଅଧ୍ୟାପିକା ହେବେ ସାମିଲ

ଭୁବନେଶ୍ୱର : ଆସନ୍ତାକାଲିଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା । ଖରାକୁ ଆଖି ଆଗରେ ରଖି ୨ଟି ସିଫ୍ଟରେ ହେବ ମୂଲ୍ୟାୟନ । ପ୍ରଥମ ସିଫ୍ଟରେ ସକାଳ ୭ଟାରୁ ୧୨ ଟା୩୦ ଯାଏଁ ଖାତାଦେଖା ଯିବ । ସେହିପରି ଦ୍ବିତୀୟ ସିଫ୍ଟରେ ୧ଟା ୩୦ରୁ ସାଢ଼େ ୬ଟା ଯାଏଁ ମୂଲ୍ୟାୟନ ହେବ । ମୋଟ ୧୨ ହଜାର ଅଧ୍ୟାପକ-ଅଧ୍ୟାପିକା ଖାତାଦେଖାରେ ସାମିଲ ହେବେ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚଏସଇ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଗତ ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ପାଖାପାଖି ୩ ଲକ୍ଷ ୯୩ ହଜାର ୬୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। କଳାରେ ସର୍ବାଧିକ ୨ଲକ୍ଷ ୪୭ ହଜାର ୩୯୧, ବିଜ୍ଞାନରେ ୧ଲକ୍ଷ ୧୪ ହଜାର ୯୮୦, ବାଣିଜ୍ୟରେ ୨୫ ହଜାର ୫୨୬ ଓ ଧନ୍ଦାମୂଳକରେ ୫ହଜାର ୭୨୧ଜଣ ପରୀକ୍ଷାର୍ଥୀ ରହିଛନ୍ତି। …