ଆଜି ସମାଜସେବୀ ନୀଳିମାରାଣୀ ସାମନ୍ତଙ୍କ ୯୨ତମ ଜନ୍ମ ଜୟନ୍ତୀ, ଦୁଇ ମହିଳା ସମାଜସେବୀଙ୍କୁ “ନୀଳିମାରାଣୀ ସେବା ସମ୍ମାନ” କରାଗଲା ପ୍ରଦାନ

କେନ୍ୟୁଜ୍(ବ୍ୟୁରୋ):  କଟକ ଜିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କକୁ ଆଦର୍ଶ ଗ୍ରାମରେ ପରିଣତ କରିିଥିବା ମହିୟସୀ ମହିଳା ମା ନୀଳିମାରାଣୀ ସାମନ୍ତଙ୍କ ୯୨ତମ ଜନ୍ମ ଜୟନ୍ତୀ ପାଳିତ। ନୀଳିମା ରାଣୀ ଚାରିଟେବୁଲ ଟ୍ରଷ୍ଟ ସଭାପତି ଅନ୍ତର୍ଯ୍ୟାମୀ ସାମନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ କିଟ ଓ କିସ୍‌ ମନ୍ଦିର ଟ୍ରଷ୍ଟର ଅଧକ୍ଷ୍ୟ ବାବା ରାମ ନାରାୟଣ ଦାସ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଗାଁର ବରପୁତ୍ର ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଯୋଗ ଦେଇ ଜନ୍ମଦାତ୍ରୀମା’ଙ୍କ ଯୋଗୁଁ ଆଜି ଆଦର୍ଶ ଗ୍ରାମରେ ପରିଣତ ହୋଇପାରିଛି ବୋଲି କହିଛନ୍ତି। ମାଙ୍କ ଆଶୀର୍ବାଦ ସବୁ ବେଳେ ତାଙ୍କ ଉପରେ ରହିଥିବା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ, ଗ୍ରାମ କମିଟି ସଭାପତି ଅଞ୍ଜନ କୁମାର ସାମନ୍ତ, ଗ୍ରାମ କମିଟି ସମ୍ପାଦକ ଅଭିନ ଚନ୍ଦ୍ର କେଶ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ଦୁଇ ସମାଜସେବୀ ସେବତୀ ସିଂ ଓ ନିରୋଜ ଲକ୍ଷ୍ମୀ ମହାପାତ୍ରଙ୍କୁ “ନୀଳିମାରାଣୀ ସେବା ସମ୍ମାନ” ପ୍ରଦାନ କରାଯାଇଥିଲା। ନୀଳିମା ରାଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାନପତ୍ର, ଉପଢୌକନ, ପୁଷ୍ପଗୁଛ ଓ ପଚାଶ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଛି। ଏନେଇ ସମ୍ବର୍ଦ୍ଧିତ ସମାଜସେବୀ ବେଶ ଖୁସି ବ୍ୟକ୍ତ କରି ଆଦର୍ଶ ଗ୍ରାମର ପ୍ରଶଂସା କରିଥିଲେ।

କାର୍ଯ୍ୟକ୍ରମକୁ କାଦମ୍ବିନୀ ଓ କୁନିକଥା ସମ୍ପାଦିକା ତଥା ଗ୍ରାମର ଦୁଇ ସ୍କୁଲର ସମ୍ପାଦିକା ଡାକ୍ତର ଇତି ସାମନ୍ତ ପରିଚାଳନା କରିଥିଲେ। ଉତ୍ସବରେ କଳିଙ୍ଗଟିଭିର ସିଏମଡି ହିମାଂଶୁ ଖଟୁଆ, ଆଇନୀଜୀବୀ ମନୋରଞ୍ଜନ ପ୍ରଧାନ,ନିରୁପମା ସାମନ୍ତ, ଅନିରୁଦ୍ଧ ସାମନ୍ତ, ଦୁଇ ସ୍କୁଲର ପ୍ରଧାନ ଶିକ୍ଷକ, ରାମକୃଷ୍ଣ ପାଢ଼ୀ, ନାରାୟଣ ପରିଡା ଓ ନୀଳିମା ରାଣୀ ଚାରିଟେବୁଲ ଟ୍ରଷ୍ଟ ସିଇଓ ଦୁର୍ଗା ଚରଣ ସାମନ୍ତ ପ୍ରମୁଖ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ପ୍ରଥମେ ମା’ ନୀଳିମା ରାଣୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ମହାବୀର ଓ ରଘୁନାଥ ଜୀଉ ମନ୍ଦିର ପରିସରରେ ପାରିଜାତ ବୃକ୍ଷ ରୋପଣ କରାଜିଥିଲା। ଡାକ୍ତର ଇତି ସାମନ୍ତଙ୍କ ଦ୍ୱାରା ବ୍ରହ୍ମକମଳ ଗଛ ଲଗାଯାଇଥିଲା। ଡାକ୍ତର ସାମନ୍ତ ସମସ୍ତଙ୍କୁ ମିଠା ବାଣ୍ଟି ଥିଲେ। ପରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀ ସହଯୋଗ କରିଥିଲେ।

Leave A Reply

Your email address will not be published.