ଆମ୍ବ ଟାକୁଆ ଜାଉ ଘଟଣା : ଏସସିବିରେ ଚିକିତ୍ସାଧୀନ ୨ ମହିଳାଙ୍କ ଏକାଧିକ ଅଙ୍ଗ ଅଚଳ

କନ୍ଧମାଳ : ଆମ୍ବ ଟାକୁଆ କୋଇଲି ଜାଉ ଖାଇ ଏସସିବିରେ ଚିକିତ୍ସାଧୀନ ୨ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ । କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଗାଁର ଟୁନି ମାଝୀ ଓ ଗାତୀ ମାଝୀଙ୍କ ଏକାଧିକ ଅଙ୍ଗ ଅଚଳ ହୋଇଯାଇଛି । ସେମାନଙ୍କ କିଡନୀ ନଷ୍ଟ ହୋଇଯାଇତିବାରୁ ଡାଏଲିସିସ୍ ମଧ୍ୟ ଆରମ୍ଭ ହୋଇଛି । ବିଷକ୍ରିୟା ପ୍ରଭାବରୁ ସେମାନଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଜଟିଳ ହେବାରେ ଲାଗିବା ସହ ତାଙ୍କ ଛାତିରେ ମଧ୍ୟ ପାଣି ଜମିଛି । ମସ୍ତିଷ୍କ ଠିକ ଭାବେ କାମକରୁନଥିବା ସୂଚନା ଦେଇଛନ୍ତି ଚିକିତ୍ସା କରୁଥିବା ଡାକ୍ତର ଜୟନ୍ତ କୁମାର ପଣ୍ଡା । ବିଷକ୍ରିୟାର କାରଣ ଖୋଜିବା ପାଇଁ ଉଭୟଙ୍କ ରକ୍ତ ଓ ପରିସ୍ରା ନମୁନାକୁ ଟକ୍ସିନ୍ ଆନାଲିସିସ ପାଇଁ ପୁଣେସ୍ତିତ ପ୍ରତିଷ୍ଠାନକୁ ପଠାଯାଇଛି।

ଏସସିବିର ମେଡିସିନ୍, ହେପାଟୋଲୋଜି ଓ କ୍ରିଟିକାଲ କେୟାର ବିଭାଗର ମିଳିତ ଡାକ୍ତରୀ ଦଳ ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କଟକ ଏସସିବି ମେଡିକାଲରେ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଗୁରୁତର ମହିଳାଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।  ପରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳ ମଧ୍ୟ ଗୁରୁତରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିତି ବୁଲିଦେଖିଛନ୍ତି।

You might also like