ମାଣବସା ଗୁରୁବାରରେ ଅଘଟଣ: ଜନ୍ମ ଦିନରେ ଆଖିବୁଜିଲା ୨ ବର୍ଷର ଶିଶୁ, ଗାଡିଆରେ ପଡ଼ି ଚାଲିଗଲା ଜୀବନ

କେନ୍ୟୁଜ୍(ବ୍ୟୁରୋ):  ଵାଲେଶ୍ୱର ଜିଲ୍ଲା ଖଇରା ଥାନା ଡଗରପଡା ଗ୍ରାମର ଗାଡିଆରେ ପଡ଼ି ଵାଳକର ଅକାଳ ମୃତ୍ୟୁ ଘଟିଛି । ଏହି ଗ୍ରାମର ରୁଦ୍ରନାରୟଣ ବିଶ୍ୱାଳଙ୍କର ଏକମାତ୍ର ପୁଅ ଘର ଅଗଣାରେ ଖେଳୁଥିଲା । ହଠାତ ସେ ପାଖରେ ଥିବା ପାଣି ଗାଡ଼ିଆକୁ ଚାଲିଯାଇଥିଲା । ପରିବାର ଲୋକ ବହୁ ଖୋଜି କରିପାଇନଥିଲେ ।

ପରେ ଗାଡିଆରୁ ଭାସମାନ ଅବସ୍ଥାରେ ଉଦ୍ଧାର କରି ତାକୁ ଖଇରା ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ  ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଗୁରୁବାରର ଶିଶୁଟିର ୨ବାର୍ଷିକ ଜନ୍ମଦିନ ପାଳନ ପାଇଁ ପରିବାର ପ୍ରସ୍ତୁତ ହେଉଥିବା ଵେଳେ ଏପରି ଅଘଟଣ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିଵେଶ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.