ଥାନାକୁ ଆସିଥିଲେ ଘରୋଇ ହିଂସା ମାମଲାରେ ଅଭିଯୋଗ କରିବାକୁ, ହରାଇ ବସିଲେ ପୁଅକୁ…

କାନ୍ଦି କାନ୍ଦି ଗଡିଯାଉଛନ୍ତି ଏହି ମହିଳା ଜଣଙ୍କ । କଣ କହିବେ କାହାକୁ କହିବେ କିଛି ବି ବୁଝିପାରୁନାହାନ୍ତି । ଥାନାକୁ ଆସିଥିଲେ ନିଜ ଝିଅ ପାଇଁ ଲଢିବାକୁ ହେଲେ ଏମିତିରେ ସେ ତାଙ୍କ ଗେଲ ବସରିଆ ନାତିକୁ ହରାଇ ବସିବେ ବୋଲି କେବେ କଳ୍ପନାରେ ସୁଦ୍ଧା ଭାବିନଥିଲେ ।

କାକଟପୁର(କେନ୍ୟୁଜ): କାନ୍ଦି କାନ୍ଦି ଗଡିଯାଉଛନ୍ତି ଏହି ମହିଳା ଜଣଙ୍କ । କଣ କହିବେ କାହାକୁ କହିବେ କିଛି ବି ବୁଝିପାରୁନାହାନ୍ତି । ଥାନାକୁ ଆସିଥିଲେ ନିଜ ଝିଅ ପାଇଁ ଲଢିବାକୁ ହେଲେ ଏମିତିରେ ସେ ତାଙ୍କ ଗେଲ ବସରିଆ ନାତିକୁ ହରାଇ ବସିବେ ବୋଲି କେବେ କଳ୍ପନାରେ ସୁଦ୍ଧା ଭାବିନଥିଲେ । ଅସ୍ତରଙ୍ଗ ଥାନା ସାମ୍ନାର ଏ ଦୃଶ୍ୟ ଭାରି ହୃଦୟ ବିଦାରକ ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ବାଲିଡିଆ ଗ୍ରାମର ଆଶା ବେହେରା । ଏକ ଘରୋଇ ହିଂସା ମାମଲାରେ ପରିବାର ସହ ଅସ୍ତରଙ୍ଗ ଥାନାକୁ ନ୍ୟାୟ ପାଇଁ ଆସିଥିଲେ । ଥାନା ସାମ୍ନାରେ ଥିବା ଏକ ଚାନ୍ଦିନୀ ଉପରେ ଆଶା ତାଙ୍କର ଦୁଇ ପୁଅ ଝିଅଙ୍କୁ ଧରି ବସିଥିଲେ । ସେହି ସମୟରେ ଆଶାଙ୍କର ୨ ବର୍ଷର ପୁଅ ସେହି ଚାନ୍ଦିନୀ ଉପରେ ଖେଳୁ ଥିବାବେଳେ ସମୟରେ ସେଠାରେ ଥିବା ଏକ ଛୋଟ ଗାତ ଭିତରେ ହାତ ପୁରାଇଦେଇଥିଲେ । ଯାହାଫଳରେ ଏକ ଅଜଣା ଜନ୍ତୁ ପିଲାଟିକୁ କାମୁଡି ଦେଇଥିବା ।

ଏହି ଘଟଣା ପରେ ପିଲାଟିର ହାତରୁ ରକ୍ତ ବାହାରିବା ଆରମ୍ଭ ହେଲା ଏବଂ ପିଲାଟି କାନ୍ଦିବାକୁ ଲାଗିଲା । ଯାହାଫଳରେ ପିଲାଟିକୁ ତୁରନ୍ତ ଅସ୍ତରଙ୍ଗ ଥାନା ଅଧିକାରୀ ପୋଲିସ୍ ଗାଡିରେ ଅସ୍ତରଙ୍ଗ ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଯାଇଥିଲେ । ହେଲେ ଶିଶୁର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାକୁ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ପିଲାଟିକୁ ମୃତ୍ୟୁ ଘୋଷଣା କରିଥିଲେ ।

ତେବେ ଏହି ଘଟଣାପରେ ଥାନା ପରିସରରେ ସମ୍ପର୍କୀୟ ମାନେ ଆସି ଧାରଣା ଦେଇଥିଲେ । ଯାହାଫଳରେ ଘଟଣାସ୍ଥଳରେ ଚାପା ଉତେଜନା ପ୍ରକାଶ ପାଇଥିଲା । ଘରୋଇ ହିଂସା ମାମଲା ଆସି ନିଜ କଅଁଳ ଶିଶୁକୁ ହରାଇ ଭାଙ୍ଗିପଡିଛି ଏହି ପରିବାର ।

ତେବେ ଯାହା କୁହାଯାଉଛି ପ୍ରାଣ ହରାଇ ଥିବା ଶିଶୁଟିର ମା’ ନିଜ ଶାଶୁ ଘର ବିରୋଧରେ ଘରୋଇ ହିଂସା ନେଇ ଅଭିଯୋଗ କରିଥିଲେ । ହେଲେ ଘଟରଣାରେ ପୋଲିସ୍ କୌଣସି ଆଖି ଦୃଶିଆ ପଦକ୍ଷପ ଗ୍ରହଣ କରୁନଥିଲା । ଯାହାଫଳରେ ନିଜ ବାପା,ମା ଏବଂ ପିଲା ଛୁଆଙ୍କୁ ଧରି .ସେ ଥାନା ପରିସରରେ ଥିବା ଚାନ୍ଦିନୀ ଉପରେ ବସିଥିଲେ । ଆଉ ଏତିକି ବେଳେ ଘଟିଗଲା ଅଘଟଣ ।

ଏପଟେ ଉକ୍ତ ଥାନା ଚାନ୍ଦିନୀ ଗାତରୁ ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଏକ ସାପ ଉଦ୍ଧାର କରିଥିବା ଜଣାପଡିଛି । ତେଣୁ ଶିଶୁର ସାପ କାମୁଡାରେ ମୃତ୍ୟୁ ହୋଇଥିବା କୁହାଯାଇଛି । ଶିଶୁର ସମ୍ପର୍କୀୟଙ୍କୁ ପୋଲିସ୍ ବୁଝାସୁଝା କରିବାପରେ ଧାରଣା ହଟିଛି । କିନ୍ତୁ ଶିଶୁର ବ୍ୟବଛେଦ ରିପୋର୍ଟ ଆସିବା ପରେ,  ପୁଣି ଧାରଣାରେ ବସିବେ ବୋଲି ପରିବାର ଲୋକେ ଚେତାବନୀ ଦେଇଛନ୍ତି ।

 

Leave A Reply

Your email address will not be published.