ବନ୍ୟା ପାଣିରେ ବୁଡି ଅଢେଇ ବର୍ଷର ଶିଶୁ କନ୍ୟା ମୃତ 

ସୋର : ଅଢେଇ ବର୍ଷର ଶିଶୁ କନ୍ୟା ବନ୍ୟା ପାଣି ରେ ବୁଡି ମୃତ  l  ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି  l  ମୃତ ଶିଶୁ କନ୍ୟା ଜଣକ ଖଇରା ଥାନା ଡ଼ାଲଙ୍ଗ ୨ ପଞ୍ଚାୟତ ପଲାସାହି ଗ୍ରାମର ହରିଶର ମହାରଣାଙ୍କ ଅଢେଇ ବର୍ଷର ଶିଶୁ କନ୍ୟା ଆଦ୍ୟାଶା ମହାରଣା  l

ଘର ପଛ ପଟରେ ଖେଳୁଥିବା ବେଳେ ବନ୍ୟା ପାଣି ଥିବା  ନାଳରେ ପଡିଯାଇଥିଲେ  l  ପରିବାର ଲୋକ ବହୁ ଖୋଜାଖୋଜି  ପରେ ନାଳରୁ ଉଦ୍ଧାର କରି ମେଡିକାଲ ନେଇଥିଲେ  l  ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି  l